ପ୍ରାୟ ତିନି ଶହ ବାଲ କୀର୍ତ୍ତନିଆଙ୍କ ଦ୍ୱାରା ପରିବେଷିତ ଶବଦ କୀର୍ତ୍ତନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ….

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୬, ୨୦୨୨ ମଧ୍ୟାହ୍ନ ୧୨.୩୦ରେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ‘ବୀର ବାଲ ଦିବସ’ ଅବସରରେ ଆୟୋଜିତ ଏକ ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଶହ ବାଲ କୀର୍ତ୍ତନିଆଙ୍କ ଦ୍ୱାରା ପରିବେଷିତ ଶବଦ କୀର୍ତ୍ତନରେ ଭାଗ ନେବେ । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଠାରେ ପ୍ରାୟ ତିନି ହଜାର ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ ପାଷ୍ଟକୁ ପତାକା ହଲାଇ ଆରମ୍ଭ କରିବେ ।

ସାହିବଜାଦାମାନଙ୍କ ଅନୁକରଣୀୟ ସାହସର କାହାଣୀ ସମ୍ପର୍କରେ ନାଗରିକ, ବିଶେଷ କରି ଛୋଟ ପିଲାଙ୍କୁ ସୂଚନା ଦେବା ତଥା ଶିକ୍ଷିତ କରିବା ପାଇଁ ସରକାର ଦେଶରେ ଆଲୋଚନାମୂଳକ ଓ ସହଭାଗିତା କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି । ଏହି ଉପକ୍ରମ ଅନୁଯାୟୀ ସାରା ଦେଶର ସ୍କୁଲ ଓ କଲେଜଗୁଡିକରେ ନିବନ୍ଧ ଲିଖନ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ଓ ଅନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ରେଳ ଷ୍ଟେସନ, ପେଟ୍ରୋଲ ପମ୍ପ, ବିମାନ ବନ୍ଦର ଭଳି ସାର୍ବଜନୀନ ସ୍ଥାନଗୁଡିକରେ ଡିଜିଟାଲ ପ୍ରଦର୍ଶନ କରାଯିବ । ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଠି ବିଶିଷ୍ଟ ବ୍ୟକ୍ତିମାନେ ସାହିବଜାଦାମାନଙ୍କ ଜୀବନଗାଥା ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିବେ ।

ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପରକାଶ ପରବ, ଜାନୁୟାରୀ ୯, ୨୦୨୨ ଅବସରରେ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୬କୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁଅ ସାହିବଜାଦା ବାବା ଜୋରାୱର ସିଂହ ଜୀ ଓ ବାବା ଫତେହ ସିଂହ ଜୀଙ୍କ ବଳିଦାନ ଦିବସକୁ ‘ବୀର ବାଲ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ ।