ପ୍ରଧାନମନ୍ତ୍ରୀ ଫେବୃୟାରୀ ୩ରେ ବିଶ୍ୱ ଶାନ୍ତି ପାଇଁ ଆୟୋଜିତ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ

ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣାଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରିବେ…

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଫେବୃୟାରୀ ୩, ୨୦୨୩ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ବରପେଟା ଠାରେ ଥିବା କୃଷ୍ଣଗୁରୁ ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଆୟୋଜିତ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣାଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରିବେ ।

ପରମଗୁରୁ କୃଷ୍ଣଗୁରୁ ଈଶ୍ୱର ଆସାମର ବରପେଟାର ନାସାତ୍ରା ଗାଁରେ ୧୯୭୪ରେ କ୍ରିଷ୍ଣାଗୁରୁ ସେବାଶ୍ରମ ସ୍ଥାପନ କରିଥିଲେ । ମହାନ ବୈଷ୍ଣବ ସନ୍ଥ ଶ୍ରୀ ଶଙ୍କରଦେବଙ୍କ ଅନୁଗାମୀ ମହାବୈଷ୍ଣବ ମନୋହରଦେବଙ୍କ ସେ ନବମ ବଂଶଧର ଥିଲେ । ବିଶ୍ୱ ଶାନ୍ତି ପାଇଁ ଏକ ମାସ ଧରି ଚାଲିଥିବା କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନ କୃଷ୍ଣଗୁରୁ ସେବାଶ୍ରମରେ ଜାନୁୟାରୀ ୬ରୁ ଆୟୋଜିତ ହୋଇଛି ।