ଶାସକ ଦଳ ବିଜେଡି ଖେଳିଲା ମହିଳା କାର୍ଡ

ରାଜ୍ୟର ପ୍ରଥମ ମହିଳା ବାଚସ୍ପତି..

ବିଜେଡିର ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, (ସାକ୍‌ସୀ ନିୟୁଜ୍): ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ଶୁକ୍ରବାର ଅର୍ଥାତ ଆଜି ରହିଥିବାବେଳେ, ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ ବିତର୍କ ଚାଲିଛି ବିଲଟି ସଂସଦରେ ଉପସ୍ଥାପିତ ହୋଇଛି ଆଉ ଏହି ସମୟରେ ବିଜେଡି ଖେଳିଛି ମହିଳା କାର୍ଡ।

ଶାସକ ଦଳର ବିଧାୟକଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ହେବା ଏକ ପ୍ରକାର ଚୂଡ଼ାନ୍ତ। କାରଣ ବିରୋଧୀ ପ୍ରାର୍ଥୀ ଦେବେ ବୋଲି ସୂଚନା ରହିଛି। ତେଣୁ ବିନା ନିର୍ବାଚନରେ ପ୍ରମିଳା ମଲ୍ସିକ ବିଧାନସଭାର ୨୬ତମ ବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ। ଏଥସହ ବିଞ୍ଝାରପୁରର ବିଧାୟକ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି।