ରାଶିଫଳ; ଶୁକ୍ରବାର ତା ୨୨-୦୯-୨୦୨୩: ଆଜିର ଦିନ ଉତ୍ତମ ରହିବ

🐏ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନ ପହଁଞ୍ଚିବ ଏହାର ଧ୍ୟାନ ରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯିବାକୁ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ନିଜର ବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ।

🐮ବୃଷ: ଖାଇବା ପିଇବାରେ ସତର୍କ ରୁହନ୍ତୁ, ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସମ୍ଭବ ହେଲେ ଯାତ୍ରା ଟାଳି ଦିଅନ୍ତୁ। ନିଶ୍ଚିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅସୁବିଧା ଆସିପାରେ। ଧ୍ୟାନ ଲଗାଇଲେ ମାନସିକ ଶାନ୍ତି ମିଳିବ। ଆଜି ସମଗ୍ର ଦିନ ଆନନ୍ଦପୂର୍ଣ୍ଣ ରହିବ। ନିଜର କାର୍ଯ୍ୟ ବ୍ୟବସ୍ଥିତ ରୂପରେ କରି ଆପଣ ଆଗକୁ ବଢ଼ି ପାରିବେ ଏବଂ ଯୋଜନା ଅନୁସାରେ କାର୍ଯ୍ୟ କରି ପାରିବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ପାରିବେ।

👩‍❤️‍👨ମିଥୁନ: ସାମାଜିକ ରୂପରେ ସମ୍ମାନ ଏବଂ ପ୍ରସିଦ୍ଧି ମଧ୍ୟ ପ୍ରାପ୍ତ କରି ପାରିବେ। ଦାମ୍ପତ୍ୟଜୀବନରେ ସୁଖ ମିଳିବ। ଆଜିର ଦିନ ମଧ୍ୟମ ରହିବ। ମିତ୍ରମାନଙ୍କ ତଥା ପରିଜନମାନଙ୍କ ସହିତ ଆନନ୍ଦିତ ବାତାବରଣରେ ଦିନ ବିତାଇ ପାରିବେ। ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ।

🦀କର୍କଟ: ପରିଜନମାନଙ୍କ ସହିତ ସମୟ ସୁଖ ପୂର୍ବକ ବିତିବ। ଆବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ତଥାପି ଆର୍ଥିକ ଲାଭ ପାଇଁ ଭଲ ଦିନ ଅଟେ। ଚାକିରି କରିଥିବା ଲୋକ ମାନଙ୍କପାଇଁ କାର୍ଯ୍ୟାଳୟରେ ଆଜି ବାତାବରଣ ଅନୁକୂଳ ରହିବ। ଛାତିରେ ପୀଡ଼ା ଅଥବା ଅନ୍ୟ ଯନ୍ତ୍ରଣାରୁ ମଧ୍ୟ କଷ୍ଟର ଅନୁଭୂତି ହୋଇପାରେ। ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜିର ଦିନ ଆପଣଙ୍କପାଇଁ ସଫଳତା ପ୍ରଦାନ କରିବ। ଧନ ଅଧିକ ଖର୍ଚ୍ଚ ହୋଇପାରେ।

🦁ସିଂହ: ସୃଜନାତ୍ମକ କାର୍ଯ୍ୟ ସୁନ୍ଦରରୂପେ ସଂପନ୍ନ ହେବ। ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ। ମିତ୍ରମାନଙ୍କ ସହିତ ଭେଟ ଆନନ୍ଦଦାୟୀ ହେବ। ଧାର୍ମିକ ପରୋପକାର କାର୍ଯ୍ୟ ଆପଣ କରିବେ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଆର୍ଥିକ ରୂପରେ ମଧ୍ୟ ଆପଣଙ୍କୁ ଲାଭ ହେବ।

🙎‍♀️କନ୍ୟା: ଅନେକ କଥାକୁ ନେଇକରି ଆପଣଙ୍କୁ ଚିନ୍ତା ହୋଇପାରେ, ପରେ ପରେ ସୁଭାଷଙ୍କା। ଆପଣ ଶାରୀରିକ ତଥା ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ପରିବାରର ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ କରି ସାବଧାନ ରହିବେ। କୌଣସି କାଗଜପତ୍ର ଉପରେ ହସ୍ତାକ୍ଷର କରିବା ସମୟରେ ସାବଧାନ ରହିବେ। ଧନ ଖର୍ଚ୍ଚ ଯୋଗ ଅଛି। ଆପଣଙ୍କପାଇଁ ଆଜିର ଦିନ ଶୁଭ ରହିବ।

⚖️ତୁଳା: ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। କୌଣସି ଧାର୍ମିକ ଯାତ୍ରାର ଆୟୋଜନ ହୋଇପାରେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜି ଦିନ ଶୁଭ ଅଟେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ବିଦେଶରୁ ଶୁଭ ସମାଚାର ମିଳିବ। ଆଜିର ଦିନ ଭାଗ୍ୟବୃଦ୍ଧି ହେବ। ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ ହୋଇପାରେ। ସମ୍ମାନ ପ୍ରାପ୍ତ ହେବ।

🦂ବିଛା: ଅନାବଶ୍ୟକ ଖର୍ଚ୍ଚ ଉପରେ ଅଂକୁଶ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ ପରିବାରରେ ସୁଖ-ଶାନ୍ତି ବନାଇ ପାରିବେ। ବିଚାର ଉପରେ ନକାରାତ୍ମକତାକୁ ହାବୀ ହେବାକୁ ଦିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ବ୍ୟୟ ହୋଇପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ।

🏹ଧନୁ: ଲକ୍ଷ୍ମୀଙ୍କ କୃପା ରହିବ। ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଆପଣଙ୍କୁ ପ୍ରସନ୍ନ ରଖିବ। କୌଣସି ଯାତ୍ରା ସ୍ଥଳକୁ ଭ୍ରମଣ କରିବାର ସମ୍ଭାବନା ଅଛି। ସ୍ଵଜନମାନଙ୍କ ସହିତ ମିଳିବାରେ ମନ ଆନନ୍ଦିତ ରହିବ। ଯଶ-କୀର୍ତ୍ତିରେ ବୃଦ୍ଧି ହେବ। ଶୁଭ ପ୍ରସଂଗରେ ସାମିଲ ହେବାର ନିମନ୍ତ୍ରଣ ମିଳିବ। ଆର୍ଥିକ ଲାଭ। ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ। ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ।

🐊ମକର: ଧାର୍ମିକ, ସାମାଜିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚର ଯୋଗ ଅଛି। ପ୍ରିୟଜନମାନଙ୍କ ସହିତ ମନମାଳିନ୍ୟହୋଇପାରେ, ମନ ଶାନ୍ତି ରଖିବେ। ଧନ ଏବଂ ମାନକୁ ନେଇକରି ସତର୍କ ରୁହନ୍ତୁ। ଆଧ୍ୟାତ୍ମିକତା ଆଡ଼କୁ ଅଧିକ ଢଳିବେ। କୋର୍ଟ-କଚେରୀ କାର୍ଯ୍ୟରେ ଅସୁବିଧା ଆସିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟିକ କ୍ଷେତ୍ରରେ ଧନ ତଥା ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।

🏺କୁମ୍ଭ: ନୂଆ କାର୍ଯ୍ୟର ପ୍ରାରମ୍ଭ ଶୁଭ ସିଦ୍ଧ ହେବ। ବ୍ୟାପାରିମାନଙ୍କର ବ୍ୟାପାରରେ ବିଶେଷ ଲାଭ ହେବ। ସାମାଜିକ କ୍ଷେତ୍ରରେ କୀର୍ତ୍ତି ମିଳିବ। ସନ୍ତାନମାନଙ୍କ ସହିତ ମିଳାମିଶା ଭଲ ରହିବ। ଆୟ ବଢିବ। ଯାତ୍ରାର ଆୟୋଜନ ହେବ। ଆମୋଦ-ପ୍ରମୋଦ ପଛରେ ଆଜି ଧନ ଖର୍ଚ୍ଚ ହୋଇପାରେ। ମିଳୁଥିବା ଲାଭରେ ଆପଣଙ୍କ ଆନନ୍ଦ ଦୁଇଗୁଣ ହୋଇଯିବ।

🐟ମୀନ: ଚାକିରି କିମ୍ବା ବ୍ୟାପାରରେ ଆପଣଙ୍କୁ ସଫଳତା ମିଳିବ। ବ୍ୟାପାରରେ ଲାଭାନ୍ଵିତ ହେବେ। ପାରିବାରିକ ଆନନ୍ଦରେ ଆପଣ ଆନନ୍ଦିତ ରହିବେ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଚିକିତ୍ସା ପଛରେ ଧନ ଖର୍ଚ୍ଚ ହେବାର ଆଶଂକା ଅଛି। ମାନସିକ ରୂପରେ ଆପଣ ଅସ୍ଵସ୍ଥ ରହିବେ। ଆଜିର ଦିନ ଶୁଭ ଫଳଦାୟୀ ରହିବ।

(ପ୍ରତ୍ୟାଖ୍ୟାନ: \’ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ଆଲମାନାକ / ବକ୍ତବ୍ୟ / ବିଶ୍ୱାସ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା)