ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ କିଏ !

ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ

ଯଚ୍ଚାପି ସର୍ବଭୂତାନାଂ ବୀଜଂ ତଦହମର୍ଜୁନ.. ନ ତଦସ୍ତି ବିନା ଯତ୍‌ସ୍ୟାନ୍ମୟା ଭୂତଂ ଚରାଚରମ୍ ।

ଶ୍ରୀକୃଷ୍ଣ ସମସ୍ତ ସୃଷ୍ଟିର ଉଭୟ ସୃୃଷ୍ଟିଗତ କାରଣ ଏବଂ ବସ୍ତୁଗତ କାରଣ ଅଟନ୍ତି । ସୃଷ୍ଟିଗତ କାରଣ ଅର୍ଥ ସେ ସ୍ରଷ୍ଟା ରୂପରେ ବିଶ୍ୱକୁ ପ୍ରକଟିତ କରିଥାଆନ୍ତି । ବସ୍ତୁଗତ କାରଣ ଅର୍ଥ ସେ ସେହି ବସ୍ତୁ ଅଟନ୍ତି ଯଦ୍ୱାରା ସୃଷ୍ଟିର ସଂରଚନା ହୋଇଥାଏ । ଶ୍ଲୋକ ୭.୧୦ ଏବଂ ୯.୧୮ରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ‘ଚିରନ୍ତନ ବୀଜ’ ଅଟନ୍ତି । ଏଠାରେ ପୁଣି ସେ କହୁଛନ୍ତି ଯେ ସେ ‘ଉତ୍ପାଦକ ବୀଜ’ ଅଟନ୍ତି । ଅର୍ଥାତ୍ ସେ ହିଁ ସମସ୍ତଙ୍କର ମୂଳ କାରଣ ଏବଂ ତାଙ୍କ ଶକ୍ତି ବିନା କାହାର ଅସ୍ତିତ୍ୱ ନାହିଁ ।

ସଜୀବ ବସ୍ତୁମାନଙ୍କର ଜନ୍ମ ଚାରି ପ୍ରକାରରେ ହୋଇଥାଏ: ଅଣ୍ଡଜ – ଅଣ୍ଡାରୁ ଉତ୍ପନ୍ନ ହେବା, ଯେପରି କି ପକ୍ଷୀ, ସର୍ପ, ଝିଟିପିଟି ଇତ୍ୟାଦି; ଜରାୟୁଜ – ଗର୍ଭରୁ ଜାତ ହେବା, ଯେପରି କି ମନୁଷ୍ୟ, ଗାଈ, କୁକୁର ଓ ବିରାଡ଼ି ଇତ୍ୟାଦି; ସ୍ୱେଦଜ- ସ୍ୱେଦରୁ ଜାତ ହେବା ଯେମିତି ଉକୁଣୀ ଓ ଟିଙ୍କ ଇତ୍ୟାଦି; ଉଦ୍ଭିଜ – ମାଟିରୁ ଅଙ୍କୁରିତ ହେବା, ଯଥା ଗଛ, ଲତା, ଘାସ ଓ ଗୁଳ୍ମ ଇତ୍ୟାଦି । ଅନ୍ୟ ପ୍ରକାରର ଜୀବନ ମଧ୍ୟ ରହିଛି, ଯେପରି କି, ଭୂତ, ପ୍ରେତ, ପିଶାଚ ଇତ୍ୟାଦି । ସମସ୍ତଙ୍କର ଉତ୍ପତ୍ତିର କାରଣ ଶ୍ରୀକୃଷ୍ଣ ଅଟନ୍ତି ।