କଟକ ଜିଲ୍ଲା ବାଙ୍କୀରେ ରାଜ୍ୟ ସଭାପତିଙ୍କ ପଂଚାୟତ ନିର୍ବାଚନୀପ୍ରଚାର

ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଓଡିଶାବାସୀ:ସମୀର ମହାନ୍ତିି

କଟକ (ବାଙ୍କୀ) / ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଗ୍ରାମଂଚଳର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିଥିବାବେଳେ ରାଜ୍ୟ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଓଡିଶାବାସୀ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ଗ୍ରାମସଭା, ପଲ୍ଲୀସଭା ନକରାଯାଇ ଗ୍ରାମାଂଚଳ ବିକାଶରେ ବାଧା ସୃଷ୍ଟି କରାଯାଉଛି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ମିଳିମିଶି ସ୍ଥାନୀୟ ବିଜେଡି ନେତାମାନେ ହରିଲୁଟ୍‌ କରୁଛନ୍ତି । ମୋଦି ଶାସନରେ ୧୪ଦଶ ଓ ୧୫ଦଶ ଅର୍ଥ କମିଶନରେ ସିଧାସଲଖ ପଂଚାୟତକୁ ଆସିଥିବା ବ୍ୟାପକ ମାତ୍ରାର ଅର୍ଥକୁ ଶାସକ ବିଜେଡିର ମନ୍ତ୍ରୀ, ନେତାମାନେ ହରିଲୁଟ୍‌ କରିଛନ୍ତି । ଦଳୀୟ ଆଧାରରେ ପକ୍କାଘର ଆବଂଟନ କରାଯାଇ ପ୍ରକୃତ ଗରୀବ ବାସହୀନଙ୍କୁ ପ୍ରତାରଣା କରିଛି ଶାସକ ବିଜେଡି । ବାଙ୍କୀ ଅଂଚଳ ବନ୍ୟା ପ୍ରଭାବିତ ହୋଇଥିବା କାରଣରୁ ପ୍ରତି ବର୍ଷ ବନ୍ୟା କାରଣରୁ ଅଂଚଳବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି । ବର୍ଷା ଜଳ ସଂରକ୍ଷଣ କରି ଚାଷ ଉପେଯାଗୀ କରିବା ପାଇଁ ଦୀର୍ଘ ୨୨ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ରାଜ୍ୟ ସରକାରଙ୍କ କୈାଣସି ଉଦ୍ୟମ କରିନାହାନ୍ତି । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନ ମଣ୍ଡି ବ୍ୟବସ୍ଥା କାରଣରୁ ଚାଷିକୂଳ ନିଜ କଷ୍ଟ ଉପାର୍ଜିତ ଶସ୍ୟକୁ ଅଳ୍ପ ମୁଲ୍ୟରେ ମିଲରଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ମହିଳା ଓ ଶିଶୁମାନେ ଆଜି ଅସୁରକ୍ଷିତ ହୋଇପଡିଛନ୍ତି । ବିଜେଡି ନେତା ଓ କର୍ମୀମାନେ ଠିକାଦାର ସାଜି ସରକାରୀ ଅର୍ଥକୁ ମିଳିମିଶି ହଡପ୍‌ କରୁଛନ୍ତି । ସାଧାରଣ ଜନତା ବର୍ତମାନ ପରିବର୍ତନ ମୁହାଁ ହୋଇଛନ୍ତି । ଚଳିତ ପଂଚାୟତ ନିର୍ବାଚନରେ ସମଗ୍ର ଓଡିଶାବାସୀ ଶାସକ ବିଜେଡିକୁ ଏହାର ଉଚିତ୍‌ ଜବାବ୍‌ ଦେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକ ଜିଲ୍ଲା ବାଙ୍କୀର ଜୋନ-୩୭ରେ ଦଳୀୟ ପ୍ରାର୍ଥିନୀ ସଙ୍ଗୀତା ପ୍ରିୟଦର୍ଶିନୀ ସାହୁଙ୍କ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ବାଙ୍କୀର ଜାତମୁଣ୍ଡିଆ ଛକରୁ ଏକ ବିରାଟ ବାଇକ ୍‌ଯାତ୍ରାରେ ବାହାରି ଶ୍ରୀ ମହାନ୍ତି ଶିମିଳିପୁର, ହରିରାଜପୁର, ବିଲିପଡା, ଗୋପାଳପୁର, ଢଅଁସର, ତୁଳସୀପୁର, ନରଗାଙ୍ଗ, ଦୁର୍ଗାପୁର, ରଗଡି ଆଦି ପଂଚାୟତର ବିଭିନ୍ନ ଗ୍ରାମାଂଚଳରେ ଘରକୁ ଘର ଯାଇ ପ୍ରଚାର କରିଥିଲେ ।

ରାଜ୍ୟର ଗ୍ରାମଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ସୁଦୃଢ ଜିଲ୍ଲା ପରିଷଦ ନେତୃତ୍ୱର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ପଂଚାୟତ ନିର୍ବାଚନରେ ଭୋଟରେ ରୁପାନ୍ତରିତ ହୋଇ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ଅବସରରେ ବାଙ୍କୀ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ପାଢୀ, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ, ମଣ୍ଡଳ ସଭାପତି ବିପ୍ରବର ଲେଙ୍କା, ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ସରୋଜ କୁମାର ସେଠୀ, ଲକ୍ଷ୍ମୀଧର ବେହେରା, ଉକ୍ରଳମଣୀ ମନ୍‌ତ୍ରୀ, ସିତାକାନ୍ତ ମିଶ୍ର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।