ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା

ଉପକୂଳକୁ ସାମୁଦ୍ରିକ ପବନ ବହିବା ଦ୍ୱାରା …

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି । ଉପକୂଳକୁ ସାମୁଦ୍ରିକ ପବନ ବହିବା ଦ୍ୱାରା ପାଗ ମେଘୁଆ ରହିବ ଓ ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ତେବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଉଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ୧୦ଟି ସ୍ଥାନର ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିଛି । ଫଳରେ ଶୀତର ପ୍ରଭାବ କମିଛି । ୨୮ ତାରିଖ ସକାଳ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ଦୁଇଦିନ ପଶ୍ଚିମା ଝଡ଼ ପ୍ରଭାବରୁ ଉତ୍ତର ଆଭ୍ୟନ୍ତରରେ ହାଲୁକା ବର୍ଷା ହୋଇପାରେ ।