ଭୂମିକମ୍ପରେ ଥରିଲା ଦିଲ୍ଲୀ

ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୂଭୂତ

ଏହା ପୂର୍ବରୁ ଜାନୁଆରୀ ୫ତାରିଖରେ ଦିଲ୍ଲୀ…

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଦିଲ୍ଲୀ । ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୂଭୂତ ହୋଇଛି । କିଛି ସେକେଣ୍ଡ ପାଇଁ ଏନସିଆର ଅଞ୍ଚଳରେ ଭୂମିକମ୍ପ ଅନୂଭୂତ ହୋଇଛି । ଭୂମିକମ୍ପର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଦୋହଲିଗଲା ପୁରା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ ହୋଇଛି । ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି କି ନାହିଁ ତାହାର କୌଣସି ତଥ୍ୟ ସାମ୍ନାକୁ ଏବେ ସୁଦ୍ଧା ଆସିପାରି ନାହିଁ ।

ତେବେ ଏହା ପୂର୍ବରୁ ଜାନୁଆରୀ ୫ତାରିଖରେ ଦିଲ୍ଲୀ ଏନସିଆରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜମ୍ମୁ-କାଶ୍ମୀରରେ ବି ଏହାର ପ୍ରଭାବ ଅନୁଭବ ହୋଇଥିଲା । ଜାନୁଆରୀ ୫ତାରିଖରେ ହୋଇଥିବା ଭୂମୀକମ୍ପର ତୀବ୍ରତା ଥିଲା ୫.୯ । ଆଉ ବର୍ତ୍ତମାନ ଯେଉଁ ଭୂମୀକମ୍ପ ଅନୁଭୂତ ହୋଇଛି ତାହାର ତୀବ୍ରତା ୫.୪ ରେକର୍ଡ କରାଯାଇଛି