ଚିନ୍ତା ଖାଏ ଗଣ୍ଡି , ଲୁଣ ଖାଏ ହାଣ୍ଡି

ମଣିଷକୁ ଜଡ଼ କରିଦିଏ ଆଂଟି ଡିପ୍ରେସନ୍‌

କଥାରେ କୁହନ୍ତି, ଚିନ୍ତା ଖାଏ ଗଣ୍ଡି , ଲୁଣ ଖାଏ ହାଣ୍ଡି । ଅଧିକ ଚିନ୍ତା ମଣିଷର ମନ ଓ ଶରୀରକୁ ନିକମା କରିଦିଏ । ସାମାନ୍ୟ କଥାକୁ କେନ୍ଦ୍ର କରି ଗଭୀର ଚିନ୍ତା କରିବା, କେବେ ଦୁଃଖ, କେବେ ହତାଶ ଅବା ନିରାଶ ଭିତରେ ଡୁବାଇଦିଏ । ଏମିତି କିଛି ଦୁଶ୍ଚିନ୍ତା ଅଛି ଯାହା ମଣିଷକୁ ଆକାଶରେ ଉଡ଼ିବା ପାଇଁ ଖୋରାକ୍‌ ଯୋଗାଇଦିଏ । ପୁଣି କିଛି ଭାବନା ମନ ଉପରେ ହତାଶର ଚାଦର ଢାଙ୍କିଦିଏ । ନିରାଶାର ଅନ୍ଧାର ଘରୁ ବାହାରକୁ ଆଣି ନୂଆ ଜୀବନର ଆଶା ଓ ସମ୍ଭାବନା ଭରି ଦେବା ପାଇଁ ଅଭିଜ୍ଞ ମାନସିକ ବିଶେଷଜ୍ଞମାନେ ଅଛନ୍ତି । ସୁପ୍ତ ମନରେ କାମ କରିବାର ଅଭିଳାଷ ଜାଗ୍ରତ କରିବା ପାଇଁ ମାନସିକ ବିଶେଷଜ୍ଞମାନେ କିଛି ଟିପ୍ସ ଅବା ଔଷଧ ଆଦରିବାକୁ କହିଥାନ୍ତି । କିନ୍ତୁ ଅବସାଦମୁକ୍ତ ଜୀବନଯାପନ ଅନେକ ସମୟରେ ମଣିଷକୁ ଅବଚେତନର ଆଉ ଏକ ଦୁନିଆ ବାଟ କଢ଼ାଇ ନେଇଯାଏ ଯୋଉଠୁ ଫେରିବା ପାଇଁ ସାଧାରଣ ମଣିଷ ପକ୍ଷେ ସମୟ ନଥାଏ ।

ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ ବ୍ୟବହୃତ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ମଣିଷକୁ ମରଣମୁହଁରେ ପକାଇଥାଏ । ଦୀର୍ଘଦିନ ଧରି ଆଂଟି ଡିପ୍ରେସନ ଔଷଧ ସେବନ କରିବା ଫଳରେ ଜଣେ ମଣିଷ ଜଡ଼ପ୍ରାୟ ହୋଇଯାଏ । ପରିଣାମ ସ୍ୱରୂପ ସୁଖରେ ପାଗଳ ହୁଅନ୍ତି ନାହିଁ କି ଦୁôଃଖରେ ଭାଙ୍ଗିପଡ଼ନ୍ତି ନାହିଁ । ସଂକ୍ଷେପରେ କହିଲେ, ଏକଦମ୍‌ ଉଦାରବାଦୀ ଭାବନାର ଅଧିକାରୀ ହୋଇଯାନ୍ତି । ନିକଟରେ ଶେଷ ହୋଇଥିବା ଏକ ଗବେଷଣାର ଚୂଡ଼ାନ୍ତ ପରିଣାମ ଅନେକଙ୍କୁ ବିସ୍ମିତ କରିଛି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ପ୍ରଫେସର ବାରବାରା ସହକିୟାନ କହନ୍ତି, ଆଂଟି ଡିପ୍ରେସନ ମେଡିସିନ୍ସ ବ୍ୟବହାରକାରୀ ବେଶି କିଛି ଭାବିପାରନ୍ତି ନାହିଁ । ସେମାନଙ୍କ ନିକଟଷର ମାନସିକ ଭାବାବେଗ ବୋଲି କିଛି ନଥାଏ । ସେମାନଙ୍କ ମନରୁ କାମ କରିବାର ଆଗ୍ରହ ଛଡ଼ାଇନିଏ । ଫଳରେ ସେମାନେ ଭାବନାର ଦୁନିଆରେ ରହି ନିଜକୁ ବାଦଶାହ ଭାବନ୍ତି ନାହିଁ କି ଅତି ଗରିବ ଭାବି ମନରୁ ବଂଚିବାର ଆଶା ପୋଛନ୍ତି ନାହିଁ ।

ଗବେଷକ ମଣ୍ଡଳୀଙ୍କ ମତରେ ଆଂଟି ଡିପ୍ରେସନ୍‌ ମଣିଷ ମସ୍ତିଷ୍କରେ ସେରୋଟୋନିନ୍‌ ମାତ୍ରାକୁ ବଢ଼ାଇଦିଏ ଯାହାର ପ୍ରଭାବରେ ଅଧିକାଂଶ ମଣିଷ ସକାରାତ୍ମକ ଅବା ନକାରାତ୍ମକ ଭାବନା ଭିତରୁ ଗୋଟିଏ ହରାଇଥାନ୍ତି । ଆଂଟି ଡିପ୍ରେସନ ଲୋକମାନେ ସର୍ବଦା ପ୍ରତିଯୋଗିତାପୂର୍ଣ୍ଣ ପରିବେଶରୁ ଏଡ଼ାଇ ବାଟ ଚାଲନ୍ତି ।