ଦିଲ୍ଲୀ ହଲଚଲ: ଘର ଓ ଅଫିସ୍‌ ଛାଡ଼ି ପଳାଇଲେ

ମଙ୍ଗଳବାର ଦିନ ସାଢେ଼ ଦୁଇଟାରେ ଦିଲ୍ଲୀ….

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସାଢେ଼ ଦୁଇଟାରେ ଦିଲ୍ଲୀ ଓ ତା’ର ନିକଟବର୍ତୀ ଇଲାକାରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଘର ଓ ଅଫିସ ଦୋହଲିଯିବା ଫଳରେ ବହୁ ଲୋକ ବାହାରକୁ ଧାଇଁ ପଳାଉଥିବା ଦେଖିବାକୁ ମିଳିଥିଲା । ଭୂକମ୍ପଜନିତ କ୍ଷୟକ୍ଷତି ଅଦ୍ୟାବଧି ଜଣାପଡ଼ିନି; ମାତ୍ର ଲୋକମାନଙ୍କ ମନକୁ ହଠାତ୍‌ ଜୋଷୀମଠ ଅଂଚଳ କଥା ଆନ୍ଦୋଳିତ କରୁଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା ବୋଲି ନ୍ୟାସନାଲ ସେଂଟର ଫର୍‌ ସିସ୍‌ମୋଲୋଜି କହିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା । ନେପାଳରେ ସଂଘଟିତ ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର ଓ ତା’ର ଆଖପାଖ ଇଲାକାରେ ପଡ଼ିଛି । ଚଳିତ ମାସରେ ପ୍ରାୟ ତିନିଥର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଅବଧି ପ୍ରାୟ ୧୫ରୁ ୨୦ ସେକେଣ୍ଡ ଥିଲା ।