ଭାଲୁ ଆକ୍ରମଣରେ ଯୁବକ ଆହତ

ବାରଙ୍ଗ,(ସାକ୍‌ସୀ ନ୍ୟୁଜ୍‌):ନନ୍ଦନକାନନ ପରିସରରେ ଥିବା ଭାଲୁ ସଫାରୀରେ ଏକ ଅଘଟଣ ଘଟିଛି । ସଫାରୀ ଭ୍ରମଣ ବେଳେ ଜଣେ ଯୁବକଙ୍କ ହାତକୁ ଭାଲୁ କାମୁଡି ଦେଇଛି । ଆହତ ଯୁବକ ହେଲେ ଦାରୁଠେଙ୍ଗ ଗାଁର ଟୁଲୁ ବେହେରା । ତାଙ୍କୁ ଏବେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭାଲୁ ସଫାରୀରେ ବସ ପରିଭ୍ରମଣ କରିଥିଲା । ସଫାରୀରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ଭ୍ରମଣ ସମୟରେ ଟୁଲୁ ନିଜ ହାତ ବାହାରକ ବଢାଇ ଦେଇଥିଲେ । ଏହାର ସୁଯୋଗ ନେଇ ଏକ ଭାଲୁ ଟୁଲୁଙ୍କ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା । ଏଭଳି ଘଟଣା ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିି କରିଛି ।