ଟି-୨୦ ବିଶ୍ୱକପ : ଇଂଲଣ୍ଡର ସହଜ ବିଜୟୀ

ଆବୁଧାବି : ଟି-୨୦ ବିଶ୍ୱକପ ଗ୍ରୁପ-୧ର ମ୍ୟାଚରେ ଇଂଲଣ୍ଡ ବାଂଲାଦେଶକୁ ପରାସ୍ତ କରିଛି । ୧୨୫ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ମାତ୍ର ୧୪.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ହୋଇଛି । ଜାନସ ରଏ ୬୧, ବଟଲର ୧୮ ଓ ମଲାନ ୨୮ରନ କରିଥିଲେ । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରାରମ୍ଭରୁ ଓପନରଙ୍କୁ ହରାଇ ସଂକଟରେ ପଡ଼ିଥିଲା । ୩ୟ ସ୍ଥାନରେ ଆସିଥିବା ସାକିବୁଲ ହସନ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ମୁସ୍ତାଫିଜୁର ରହିମ ଓ ମହମ୍ମଦୁଲ୍ଲା କିଛି ସମୟ କ୍ରିଜରେ ତିଷ୍ଠି ରହି ରନକୁ ଆଗେଇ ନେଇଥିଲେ । ରହିମ ୨୯ ଓ ମହମ୍ମଦୁଲ୍ଲା ୧୯ ରନ କରିଥିଲେ । ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ କିଛି କିଛି ରନର ଯୋଗ ଦାନ ଦେଇ ଦଳୀୟ ସ୍କୋରକୁ ୧୨୪ରେ ପହଞ୍ଚାଇଥିଲେ । ଏହି ବିଜୟ ସହ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି । ବାଂଲାଦେଶ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ପରାଜିତ ହୋଇଛି ।