ମାଛ ଜାଲରେ ଫସିଲା ନାଗ

ଆଠଗଡ଼,(ସାକ୍‌ସୀ ନ୍ୟୁଜ୍‌) : ମାଛ ଜାଲରେ ଫସିଲା ୫ଫୁଟିଆ ନାଗ ସାପ । ଆଠଗଡ ବ୍ଳକ୍‌ ଅନ୍ତର୍ଗତ ବେତଖୋଲି ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ସ୍ନେକ ହେଲପ ଲାଇନ୍‌ ସଦସ୍ୟ ପହଞ୍ଚି ଦୀର୍ଘ ୨ ଘଣ୍ଟାର ଅପରେସନ ପରେ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି । ବେତଖୋଲି ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ନାଗ ସାପ ଫସିଯାଇଥିଲେ । ସେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ପରେ ସେ ଆଠଗଡ଼ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।