ରାଜ୍ୟରେ ୧୮୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୫୮ ଜଣ ସୁସ୍ଥ ହୋଇଛନ୍ତି। ୧୮ ବର୍ଷରୁ କମ୍‍ ବୟସର ୩୯ ଜଣ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୦୯ ଏବଂ ସ୍ଥାନୀୟ ସଂକ୍ରମିତ ୭୭ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।

ରାଜ୍ୟର ଅନୁଗୁଳ ଜିଲାରୁ ୩, ବାଲେଶ୍ୱର ୧, ବରଗଡ ୧, ଭଦ୍ରକ ୩, କଟକ ୧୮, ଦେବଗଡ ୫ ଓ ଗଜପତିରୁ ୨ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମ ୧, ଜଗତସିଂହପୁର ୩, ଯାଜପୁର ୨, ଝାରସୁଗୁଡା ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୯୪, ମୟୁରଭଞ୍ଜ ୫, ନୟାଗଡ ୨, ପୁରୀ ୨, ରାୟଗଡା ୩, ସମ୍ବଲପୁର ୮, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୨୩ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନାରୁ ଏପର୍ଯ୍ୟନ୍ତ ମୋଟ ୧୦୪୨୭୦୧ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୮୨୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।