ଆସନ୍ତାକାଲି ୧୩ଟି ଜିଲ୍ଲାରେ ଘନକୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା

ଗତକାଲି ଫୁଲବାଣୀଠାରେ ରାତିର….

ଭୁବନେଶ୍ୱର: ରାଜ୍ୟରେ ଶୀତ ହ୍ରାସ ପାଇଛି । ଗତକାଲି ଫୁଲବାଣୀଠାରେ ରାତିର ସର୍ବନିମ୍ନ ତାପମାତ୍ରା ୧୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । ଆଞ୍ଚଳିକ୍‍ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗଞ୍ଜାମ, କଟକ, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଳାର କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ଗଜପତି, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନକୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ।

ଟ୍ୱିନ-ସିଟି ଭୁବନେଶ୍ୱର ଏବଂ କଟକରେ ଗତକାଲି ୧୯.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ସ୍ୱାଭାବିକ ତାପମାତ୍ରା ଠାରୁ ରା଼ତ୍ରି ତାପମାତ୍ରା ଯଥାକ୍ରମେ ୬.୧ ଡ଼ିଗ୍ରୀ ଏବଂ ୫.୨ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି। ସେହିପରି ଜାନୁୟାରୀ ୧, ୨୦୨୩ ରେ ଶୀତ ର ପ୍ରଭାବ ରହିବନି। ନୂଆବର୍ଷ ୨୦୨୩ ର ଜାନୁୟାରୀ ମାସର ପ୍ରଥମ ସପ୍ତାହ ରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାଜ୍ୟରେ ବିଶେଷ ଶୀତର ପ୍ରକୋପ ରହିବନି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।