ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ

-୧୯୪୮ ଆଜିର ଦିନରେ ଜାତିର ପିତାଙ୍କୁ କରାଯାଇଥିଲା ହତ୍ୟା

ଭୁବନେଶ୍ୱର : ଆଜି (ଜାନୁଆରୀ ୩୦) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ୧୯୪୮ ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କରାଯାଇଥିଲା ହତ୍ୟା । ଆଜି ବାପୁଙ୍କ ସମାଧି ପୀଠ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ତିନି ସେନା ମୁଖ୍ୟ ।

ଏହା ସହ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩୦ ତାରିଖ ପାଳିତ ହୋଇଥାଏ ବଳିଦାନ ଦିବସ ବା ସହିଦ ଦିବସ ।