ସୁକ୍‌ମା ଜିଲ୍ଲାରେ ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର୍ ମାଓବାଦୀ ମୃତ

ମାଲକାନଗିରି : ଏନକାଉଣ୍ଟରରେ ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁକମା ଜିଲ୍ଲା ଚିନ୍ତଲନାର ଥାନା ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଡିଆରଜି ବାହିନୀ ଓ ସିଆରପିଏଫ କୋବ୍ରା ଯବାନଙ୍କ ପକ୍ଷରୁ ସେଠାରେ ମିଳିତ କମ୍ବିଂ ଅପରେସନ ହୋଇଥିଲା ।

ମାଓବାଦୀମାନେ ପ୍ରଥମେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେଠାରୁ ଜଣେ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି ।