ଆଜି ପବିତ୍ର ‘ଇଦ୍-ଉଲ୍-ଫିତର’

ଆଜି ପବିତ୍ର ଇଦ୍ ପର୍ବ। ମୁସଲମାନ ସମ୍ପ୍ରଦାୟର ମୁଖ୍ୟ ପର୍ବ ଇଦ୍-ଉଲ୍-ଫିତର । ପବିତ୍ର ରମଜାନ ମାସରେ ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି । ମାସେ ଧରି ରୋଜା (ଉପବାସ) ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉପବାସ ଭଙ୍ଗକରି ଏହି ପର୍ବକୁ ପାଳନ କରୁଛନ୍ତି । ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ପରସ୍ପରକୁ ଖୁସିରେ ଆଳିଙ୍ଗନ କରି ଇଦ ମୁବାରକ୍‌ ଶୁଭେଚ୍ଛା ଜଣାଇଛନ୍ତି ।

ମୁସଲମାନ ଭାଇ ଭଉଣୀମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି ।