ଅକ୍ଟୋବରରୁ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ: ମନ୍ତ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ଏନେଇ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ହେଲେ ରାଜ୍ୟରେ ମନ୍ଦିର ସମେତ ଅନ୍ୟାନ୍ୟ ଧର୍ମସ୍ଥଳୀ କେବେ ଖୋଲିବ, ଏନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି। କୋଭିଡ ପାଇଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବାର ଯୋଜନା ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବିଶେଷ କରି ପୁରୀ ଶ୍ରୀମନ୍ଦିର କେବେ ଖୋଲିବ ଏହାକୁ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆଗକୁ ପବିତ୍ର କାର୍ତ୍ତିକ ମାସ ମଧ୍ୟ ଆସୁଛି। ତେବେ ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ ଏବଂ ଅନ୍ୟ ମନ୍ଦିରଗୁଡ଼ିକ କେବେ ଖୋଲିବ ସେନେଇ ରାଜ୍ୟ ଆଇନ ବିଭାଗ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ କହିଛନ୍ତି।