୩୯୨୨ ପଜିଟିଭ୍ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୯୨୨ ଜଣ ନୂଆ କରୋନା ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୨୩୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୬୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାବାଦ ରାଜ୍ୟରେ ପୁଣି ୧୪ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ୮୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୦, କେନ୍ଦୁଝରରୁ ୨୧୨, ଅନୁଗୋଳରୁ ୨୦୦, ପୁରୀରୁ ୧୮୪, ବରଗଡ଼ରୁ ୧୫୪, ମୟୁରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୩, ସମ୍ବଲପୁରରୁ ୧୧୭, ନୂଆପଡ଼ାରୁ ୧୧୪, ଝାରସୁଗୁଡ଼ାରୁ ୧୦୯, କେନ୍ଦ୍ରାପଡ଼ାରୁ ୧୦୭, ସୁନ୍ଦରଗଡ଼ରୁ ୧୦୩ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ୨୧୪ ଜଣ ପଜିିଟିଭ୍ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି ପାଇଛି।

ସେହିଭଳି ରାଜ୍ୟରେ ପୁଣି ୧୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାରୁ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୯୭ ଛୁଇଁଛି। ବର୍ତ୍ତମାନ ରାଜ୍ୟରେ ୩୮,୩୩୧ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧ ଲକ୍ଷ ୭୦ ହଜାର ୧୯୩ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ମୋଟ ୩୧ ଲକ୍ଷ ୧୧ ହଜାର ୭୬୬ଟି ସାମ୍ପୁଲ୍ ଏପର୍ଯ୍ୟନ୍ତ ଟେଷ୍ଟ କରାଯାଇଛି।