AC ହେଲ୍‌ମେଟ୍‌ ପିନ୍ଧି ଡ୍ୟୁଟି କରିବେ ଟ୍ରାଫିକ ପୋଲିସ୍

ଭୁବନେଶ୍ୱର: ଆଜି ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରେ ଏହି ହେଲ୍‌ମେଟ୍‌ ବ୍ୟବହାର ହୋଇଛି। ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ବ୍ୟାଟ୍ରି ମାଧ୍ୟମରେ ଏହି ହେଲମେଟ୍ ଚାର୍ଜ ହେବ । ଥରେ ଚାର୍ଜ ହୋଇଗଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ ।

ଭଲ ଫିଡ୍‌ବେକ୍‌ ଆସିଲେ, ଟ୍ରାଫିକ୍‌ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ ବୋଲି କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର କହିଛନ୍ତି। ଦିନକୁ ଦିନ ବଢ଼ୁଛି ରାଜଧାନୀ ଭୁବନେଶ୍ୱରର କାୟା। ତା’ ସାଙ୍ଗକୁ ବଢ଼ି ଚାଲିଛି ତାତି। ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ । ଏପରି ସ୍ଥିତିରେ ଛକ ଛକରେ ଟ୍ରିଫିକ୍‌ ଡ୍ୟୁଟିରେ ମୁତୟନ ଥିବା କର୍ମଚାରୀଙ୍କ ଅବସ୍ଥା ହେବାଲ୍‌ ହେଉଛି ।