ଗଜପତି ଜିଲ୍ଲା ବିଜେଡିରୁ ଦୁଇ ନେତା ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ପୁଣି ଥରେ ବିଜେଡିର କଡା…..

ଭୁବନେଶ୍ୱର:  ଗଜପତି ଜିଲ୍ଲା ବିଜେଡିର ଦୁଇ ଜଣ ନେତାଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ଓ ଜିଲ୍ଲା ଉପ ସଭାପତି କେ ଅପାରାଓ ସାମିଲ ଅଛନ୍ତି । ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ଜଣଙ୍କୁ ଦଳରୁ ନିଲମ୍ବିତ କରିଥିବା ବିଜେଡି ମହାସଚିବ (ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।