୩ୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ସକାଳ ୭ଟାରୁ  ଭୋଟ ଗ୍ରହଣ କରାଯାଉଛି। ମତଦାନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ୧୩୮୨ଟି ଗ୍ରାମପଞ୍ଚାୟତ ପାଇଁ ପ୍ରତିଦ୍ୱନ୍ଦ୍ୱିତା ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରୁଛନ୍ତି ।

ପୂର୍ବରୁ ମତଦାନ ସମୟରେ ୪୫ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ଦେଖାଯାଇଥିଲା । ଭୋଟିଂ ବାଧାପ୍ରାପ୍ତ ହୋଇଥିବା ସ୍ଥାନ ଗୁଡ଼ିକରେ ଆଗାମୀ ୨୩ ତାରିଖରେ ସକାଳ ୯ଟାରୁ ଦିନ ୩ଟା ଯାଏଁ ଭୋଟିଂ ହେବ । କିନ୍ତୁ ଏହା ପୂର୍ବରୁ ଭୋଟ ବିଭ୍ରାଟ ଘଟଣାରେ ସଂପୃକ୍ତ ୬୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ତେଣୁ ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ପୋଲିସ ଅଧିକ ସତର୍କ ରହିଛି ଏବଂ ୨୪୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୧୬୨୫ଟି ମୋଟାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ଅଛନ୍ତି ।