ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁରୀ: ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ସରକାର ତିଆରି କରିବେ ସ୍ୱତନ୍ତ୍ର ଗେଷ୍ଟ ହାଉସ । ପ୍ରସ୍ତାବିତ ଜାଗା ଅନୁଧ୍ୟାନ କଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ତିଆରି ହେବ ଗେଷ୍ଟ ହାଉସ । ଜାଗା ଅନୁଧ୍ୟାନ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା । କହିଲେ, ରାଜ୍ୟ ସରକାର ଜମି ଯୋଗାଇଛନ୍ତି । ପ୍ରସ୍ତାବିତ ଜାଗା ପସନ୍ଦ ଆସିଛି । ଜମିର ଅନୁଧ୍ୟାନ କରିବ ଆମ ଟିମ୍ । ଏହାପରେ ଖୁବଶୀଘ୍ର କାମ ଆରମ୍ଭ ହେବ । ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି । ଓଡିଶାର ଗଣମାଧ୍ୟମ ବହୁତ ଭଲ ।