160×600
160×600

ମରିଗଲେ ଲୋପା: ନବଦାସଙ୍କ ପୁଅ ବିଶାଳଙ୍କ ସଂକଟ ମୋଚନ କରିବେ ନବୀନ!

ମନେପକାନ୍ତୁ ଅକ୍ଟୋବର ୩୧ ତାରିଖ ଭୁବନେଶ୍ୱର ପାୱାର ହାଉସ ଛକ ଘଟଣା । ଗୋଟିଏ ରେଞ୍ଜ ରୋଭର ଧକ୍କାରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଦାମୀ ଗାଡ଼ିରେ ଦୁଇଜଣ ବସିଥିଲେ । ମାତ୍ର ଚାଳକ ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ବେଳେ ଆରଜଣକ ପ୍ରଚ୍ଛଦପଟକୁ ପଳାଇଛି । ପୁଲିସ କମିଶନରେଟ୍‌ ଦୁର୍ଘଟଣା ଘଟିବା ପରେ ପ୍ରଥମେ ରେଞ୍ଜ ରୋଭର ଗାଡ଼ିର ନମ୍ବରଟି ଓଡି-୩୩-ଏଏଫ୍‌-୬୭୨୬ ଦର୍ଶାଇଥିଲା । ମାତ୍ର ପରେ ଗାଡ଼ିର ନମ୍ବରଟି ସଂଶୋଧନ କରି ଓଡି-୨୩-କେ-୦୦୦୬ ଲେଖିଥିଲା ।

ଗାଡ଼ିଟି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଳ ଦାସଙ୍କର ବୋଲି କୁହାଯାଉଛି । କାହା ଚାପରେ ପଡ଼ି ପୁଲିସ କମିଶନରେଟ୍‌ ଗାଡ଼ି ନମ୍ବରକୁ ବଦଳାଇଲା, ତାହା ସାଧାରଣ ଲୋକ ଜାଣନ୍ତି । ମାତ୍ର ପୁଲିସ ହାଜତ ଭୟରେ ପାଟି ଫିଟୁନି ।

ଏବେ କଥା ହେଉଛି, ନବଦାସଙ୍କ ହତ୍ୟା ଘଟଣାକୁ ମାମୁଲି କରିବା ପାଇଁ ସୁପୁତ୍ରୀ ଦୀପାଳି ଦାସଙ୍କୁ ବିଧାୟକ ଭାବେ ଅବସ୍ଥାପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣା ଦାୟିତ୍ୱକୁ ଠିକ ଭାବେ ତୁଲାଇଥିଲେ । ଏବେ ନବଦାସଙ୍କ ପୁଅ ବିଶାଳ ଦାସଙ୍କୁ ସଂକଟରୁ ରକ୍ଷା କରିବେ ନିଶ୍ଚିତ । କାରଣ ନବଦାସ ଜୀବିତ ଥିଲେ, ତାଙ୍କ ପୁଅକୁ ଜମାରୁ ସଂକଟରେ ପକାଇ ନଥାନ୍ତେ ।

ସୂଚନାଯୋଗ୍ୟ, ଦୁର୍ଘଟଣାରେ ଗୁରୁତର ଦୁଇ ଆହତଙ୍କ ଭିତରୁ ଲୋପାମୁଦ୍ରା କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟ ଗୁରୁତର କାହ୍ନୁଚରଣ ଚିକିତ୍ସାଧୀନ ଅଛନ୍ତି । ରେଞ୍ଜ ରୋଭର ଚାଳକ ସୌଭାଗ୍ୟ ବାଗ୍‌ ପୁଲିସ ଆଗରେ ପାଟି ଫିଟାଉନି ବୋଲି ଶୁଣିବାକୁ ମିଳୁଛି । ସତରେ କ’ଣ ସୌଭାଗ୍ୟର ପାଟି ଫିଟାଇ ପାରୁନି ପୁଲିସ?

ପୁଲିସ ମାଡ଼ରେ ମଲା ଲୋକ ଚିଲାଇବ । ସୌଭାଗ୍ୟ କ’ଣ ଜଡ଼ ପାଲଟି ଯାଇଛି ।