କୋଉଠି ଅଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ?

ମାଳିକାନୁସାରେ ଓଡ଼ିଶାର ଅବିଭକ୍ତ ପୁରୀ

ଭୁବନେଶ୍ୱର: ମାଳିକାନୁସାରେ ଓଡ଼ିଶାର ଅବିଭକ୍ତ ପୁରୀ ଜିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିଛନ୍ତି । ଏକ ଶୁଦ୍ର ପରିବାରରେ ଜନ୍ମିତ ନେତାଜୀ ତାଙ୍କର ଅଧୁରା କାମକୁ ଚୂଡ଼ାନ୍ତ ରୂପ ଦେବେ । ଭାରତକୁ ଶାସନ କରିବାର ଅଭିଳାଷ ତାଙ୍କ ମନରେ ଥିଲା । ମାତ୍ର ୧୯୪୫ ଅଗଷ୍ଟ ମାସରେ ତାଙ୍କର ନିଧନ ହେଲା । ଭାରତ ପାଇଁ ତାଙ୍କ ମନରେ ଅସୁମାରି ସ୍ୱପ୍ନ ଥିଲା । ସେହି ସ୍ୱପ୍ନଗୁଡ଼ିକୁ ସାକାର କରିବେ ସୁଭାଷ । ମାତ୍ର କେମିତି? ଓଡ଼ିଶାରେ ପାଦ ଥାପିଥିବା ଏକ ଆଂଚଳିକ ଦଳ ଜରିଆରେ ନେତାଜୀ ପ୍ରଥମେ ଓଡ଼ିଶାର ରାଜନୀତିକୁ ନିୟନ୍ତ୍ରଣ କରିବେ । ଓଡ଼ିଶାରୁ ଭାରତର ରାଜନୀତିକୁ ନିୟନ୍ତ୍ରଣ କରିବେ । ଦିଲ୍ଲୀ ଦରବାରକୁ ନଚାଇବାର ଅଭିଳାଷ ପୋଷଣ କରିଥିବା ଓଡ଼ିଶାର ସେହି ରାଜନେତା ଜଣକ କିଏ? ଧର୍ମେନ୍ଦ୍ର ପ୍ରଧାନ? ଅଶ୍ୱିନୀ ବୈଷ୍ଣବ? ବୈଜୟନ୍ତ ପଣ୍ଡା? ସୁରେଶ ପୂଜାରୀ? ସମୀର ମହାନ୍ତି? ବିଶ୍ୱେଶ୍ୱର ଟୁଡୁ? ମାଳିକା କହୁଛି, ଆପଣ ଜାଣିଥିବା ନେତାଙ୍କ ଭିତରେ କେହି ଜଣେ ନେତାଜୀଙ୍କ ଅଂଶାବତାର ନୁହନ୍ତି ।

ଓଡ଼ିଶାର ପ୍ରସିଦ୍ଧ ସନ୍ଥ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପୁନର୍ଜନ୍ମ ବିଷୟରେ ବହୁତ କିଛି ଉଲ୍ଲେଖ କରିଛନ୍ତି । ମାଳିକା କହୁଛି, ୧୯୬୭ ମେ’ ମାସରେ ଓଡ଼ିଶାରେ ଜନ୍ମଗ୍ରହଣ କରି ସାରିଛନ୍ତି ନେତାଜୀ ସୁଭାଷ । ମୃତ୍ୟୁବେଳକୁ ସୁଭାଷଙ୍କୁ ଯେତିକି ବର୍ଷ ବୟସ ହୋଇଥିଲା; ଏ ଜନ୍ମରେ ତାଙ୍କୁ ସେତିକି ବର୍ଷ ହେଲା ପରେ ନେତାଜୀ ଓଡ଼ିଶାର ପ୍ରତ୍ୟକ୍ଷ ରାଜନୀତି ଗୋଟି ଚାଳନା କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବହୁ ଚର୍ଚ୍ଚିତ ପୂର୍ବୋଦୟରୁ ଭାରତର ଉଦୟ ୨୦୨୪ରେ ଘଟିବ ।

ମାଳିକା ବଚନକୁ ଅନୁଧ୍ୟାନ କଲେ ୧୯୬୭ରେ ଓଡ଼ିଶାରେ ଜନ୍ମିତ ସୁଭାଷ ଚନ୍ଦ୍ର ବୋଷ ୨୦୧୫ରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ସାରିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ୨୦୨୪ରେ ଓଡ଼ିଶାର ଜଣେ ନେତା ଦିଲ୍ଲୀ ଦରବାରକୁ ନିୟନ୍ତ୍ରଣ କରିବେ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ, ୨୦୧୫ରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିବା କୋଉ ନେତାଜଣକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ? ଜବାବ ଅତି ସାଧାରଣ । ମାତ୍ର ଯୋଉମାନଙ୍କର ମତିଭ୍ରମ ଘଟିଛି । ସେମାନେ ଆଜିର ନେତାଜୀଙ୍କୁ ଚିହ୍ନି ପାରିବେନି ।