ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୫୫/୪, ଖ୍ବାଜାଙ୍କ ଶତକ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ….

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ଉସମାନ ଖ୍ବାଜାଙ୍କ ଶତକ ବଦଳରେ ନିଜର ସ୍ଥିତି ସୁଦୃଢ କରିପାରିଛି । ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ବିକେଟ ହରାଇ ୨୫୫ ରନ କରିପାରିଛି । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଉସମାନ ଖ୍ବାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ । ହେଡ୍ ୩୨ରନ କରି ଆଉଟ ହେବାପରେ ଆସିଥିବା ମାର୍ନସ ଲାବୁସଚେନ ମଧ୍ୟ ମାତ୍ର ୩ ରନରେ ଆଉଟ ହୋଇଥିଲେ । ଅଧିନାୟକ ଷ୍ଟିଭେନ ସ୍ମିଥ ମଧ୍ୟ ୩୮ ରନ କରି ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ତେବେ କ୍ରିଜର ଗୋଟିଏ ପଟେ ଓପନର ଉସମାନ ଖ୍ବାଜା ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ଅନ୍ୟପକ୍ଷରେ କାମରୁନ ଗ୍ରୀନ ୪୯ରନ  କରି ଅପରାଜିତ ଅଛନ୍ତି ।