ବିଜୁ ଜନତା ଦଳର ମୁଖ୍ୟ ଫୋକସ୍‌

ମହିଳା ସଶକ୍ତିକରଣ

International Women’s Day

International Women’s Day ପାଳନ ଅବସରରେ ଆପଣମାନଙ୍କୁ ଏବଂ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା ମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

Women empowerment ବିଜୁ ଜନତା ଦଳର ମୁଖ୍ୟ ଫୋକସ୍‌ । ଆମର ପ୍ରିୟ ନେତା ବିଜୁ ବାବୁ କେବଳ ଓଡିଶା ନୁହେଁ, ସାରା ଭାରତରେ women empowerment ପାଇଁ ନୂଆ ରାସ୍ତା ଦେଖାଇଥିଲେ। ଆଜି ଓଡିଶା women empowerment କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ local body ମାନଙ୍କରେ ମା ମାନଙ୍କର reservation କୁ ଆମେ 33% ରୁ 50% କୁ ବୃଦ୍ଧି କରିଛୁ। ପାର୍ଲିଆମେଣ୍ଟ ଓ legislative assembly ରେ ମା ମାନଙ୍କ ପାଇଁ 33%reservation ଦେବା ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ।

ଆମ ସରକାର ଲୋକ ଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । ଆପଣ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳ ରୁ ପାଞ୍ଚ କେଜି କାଟିଦେଲେ ।

ସେହିପରି LPG ଦର ଏବେ ଆକାଶଛୁଆ ହେଲାଣି । ଚାଉଳ କାଟିବା ଓ lPG ଦର ବୃଦ୍ଧି ଯୋଗୁଁ ଆମର ମା ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ର ର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରୁଛି ।

ଆମର women empowerment programme ମା ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । Decision making processରେ ସେମାନଙ୍କ ଗୁରୁତ୍ବ ବଢିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । SHGରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି ।

ମୁଁ ଚାହେଁ, ଆମର ମା ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ । ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ।