ପୁଣି ଥରାଇବ ଶୀତ

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଠାରୁ ପୁଣି ବଢିବ ଶୀତ । ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିବ । ପରବର୍ତ୍ତୀ ତିନି ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପରିବର୍ତ୍ତିତ ହେବ । ସେହିପରି ସୋମବାର ଠାରୁ ରାତି ତାପମାତ୍ରା ପୁଣି ବଢିବ ଓ ଶୀତର ପରିମାଣ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର  ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

 ଶୁକ୍ରବାର ୭ଟି ଜିଲ୍ଲାରେ ବର୍ଷା ହୋଇଛି । ବାଲେଶ୍ୱରରେ ୩୫.୪ ମିଲିମିଟ ବର୍ଷା ହୋଇଛି । ଚାନ୍ଦବାଲିରେ ୧୯.୮, ଝାରସୁଗୁଡାରେ ୫.୪, ହୀରାକୁଦରେ ୫.୨, କେନ୍ଦୁଝରରେ ୩.୭ ବର୍ଷା ରେର୍କଡ କରାଯାଇଛି। ଆସନ୍ତା ଦୁଇରୁ ତିନି ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବ।  ତା’ପରେ ତାପମାତ୍ରା ସ୍ୱାଭାବିକ ହେବ। ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।  

୬ ଓ ୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା‌ ବାର ଗାଁ ଠାରେ ସର୍ବାଧିକ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଏତଦ୍‌ବ୍ୟତୀତ ଝାରସୁଗୁଡ଼ା ଜିଳ୍ଲା ଲାଇକେରା, କିରିମିରା, ଦେଓଗାଁ, କେନ୍ଦୁଝରର ଚମ୍ପୁଆ, ମୟୂରଭଞ୍ଜର ବେତନଟୀଠାରେ ୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।