ଭିଜିଲାନ୍ସ ହାବୁଡ଼ରେ ମହିଳା RI

ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଆରଆଇ …..

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଆରଆଇ । ବାଲେଶ୍ୱର ଥାନା ବଇଞ୍ଚା ଆରଆଇ ଡଲି ସେଠୀ ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର କରାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।  ବାଲେଶ୍ୱର ସଦର ତହସିଲ ଅଧିନ ବଇଁଞ୍ଚା ନିଶ୍ଚିନ୍ତା ଗ୍ରାମର ଦିନବନ୍ଦୁ ବେହେରାଙ୍କର ୩ ବର୍ଷର ଶିଶୁପୁତ୍ର ଘର ବାହାରେ ଖେଳୁଥିବା ସମୟରେ ପାଣିରେ ବୁଡି ଜୀବନ ଚାଲିଯାଇଥିଲା । ଯାହାର ମୃତ୍ୟୁ ପ୍ରମାଣ ପତ୍ର କରାଇ ଦେବା ପାଇଁ ବାରାମ୍ବାର ବଇଁଞ୍ଚା ଆରଆଇ ବିଳମ୍ବ କରୁଥିଲେ ।

ଆଉ ଆଜି ମୃତ୍ୟୁ ପ୍ରମାଣ ପତ୍ର କରେଇବା ପାଇଁ ୧୦ହଜାର ଟଙ୍କା ନେଉଥିବା ସମୟରେ ଭିଜିଲନ୍ସ ଜାଲରେ ପଡିଥିଲେ । ଭିଜିଲାନ୍ସର ୪ଜଣିଆ ଟିମ୍ ଆର.ଆଇ ଅଫିସରେ ଚଢାଉ କରି ଆରଆଇ ଡଲି ସେଠୀଙ୍କୁ ଗିରଫ କରିଛି । ଘଟଣା ସ୍ଥଳରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।