ଭାରତରେ ଦୈନିକ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି

ଖୁସିର କଥା, ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ମାତ୍ର ଦୁଃଖର ବିଷୟ, ଭାରତରେ ଦିନକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ମୁତାବକ ରାଜ୍ୟରେ ପଂଚାୟତ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ଖୋଲାଖୋଲି ଦୁର୍ନୀତି ଓ ପିସି କାରବାର ଚାଲିଛି । ନବୀନ ପଟ୍ଟନାୟକ ସରକାରଙ୍କ ଗୁମାସ୍ତାମାନେ ସାଢେ଼ ଚାରିକୋଟି ଲୋକଙ୍କ ତଂଟି ଚିପିବାକୁ ବସିଛନ୍ତି ।

ମନମୋହନ ସାମଲଙ୍କ ମନ୍ତବ୍ୟ ଶୁଣିବା ପରେ ରାଷ୍ଟ୍ରୀୟ ପରିବର୍ତନ ଦଳ ଉପସଭାପତି ସୀତାରାମ ବେହେରା କହିଛନ୍ତି, ମନମୋହନ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ପେଡ଼ିକୁ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଲଦି ଦେଇଛନ୍ତି । ମୋଦିଙ୍କ ସରକାର ହାତଗଣତି ଶିଳ୍ପପତିଙ୍କ ହାତବାରିସି ଭଳି କାମ କରୁଛନ୍ତି । ନବୀନଙ୍କ ସମୟରେ ରାଜ୍ୟରେ ବର୍ଷକୁ ୧ ଲକ୍ଷ ଟଙ୍କାର ଦୁର୍ନୀତି ହେବା ସୌଭାଗ୍ୟର ବିଷୟ ।

ମାତ୍ର ମୋଦିଙ୍କ ଶାସନରେ ଦେଶରେ ଦିନକୁ ୧ ଲକ୍ଷ ଟଙ୍କା ହେରଫେର ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦିଙ୍କର ତ୍ରୁଟିପୂର୍ଣ୍ଣ ଅର୍ଥନୀତିର ସୁଯୋଗ ନେଇ ଦେଶରେ ସକ୍ରିୟ ହୋଇଛନ୍ତି ଲକ୍ଷଲକ୍ଷ ସାଇବର ଦଲାଲ । ସେମାନଙ୍କ କବଳରେ ଅଧାପାଠୁଆ ଓ ନିରୀହ ଲୋକମାନେ ସହଜରେ ଫସି ଯାଉଛନ୍ତି ।

ପରିତାପର ବିଷୟ ହେଉଛି, ଅନ୍‌ ଲାଇନ୍‌ ଜରିଆରେ ସରକାରଙ୍କ ତହବିଲକୁ ଯାଉଥିବା ୧ ଟଙ୍କା କୌଣସି ମତେ ଖଟିଖିଆଙ୍କ ଜମାଖାତାକୁ ଫେରୁନାହିଁ ।