ଅଖିଳେଶଙ୍କ ଯୋଡ଼ିଦାର ଏବେ ବିଜେପି ଗୋଠରେ

ସୁହେଲଦେବ ଭାରତୀୟ ଜନତା ପାର୍ଟି (ସୁଭାସପା) ଅଧ୍ୟକ୍ଷ ଓମ୍‌ ପ୍ରକାଶ ରାଜଭର ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ)ରେ ମିଶିଛନ୍ତି । ସେ ଅଖିଳେଶଙ୍କ ସମାଜବାଦୀ ପାର୍ଟିର ଅଂଶୀଦାର ଥିଲେ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ୍‌ କରିଛନ୍ତି: ଓପି ରାଜଭରଙ୍କ ସହିତ ଦିଲ୍ଲୀରେ ଭେଟ ହେଲା । ସେ ପିଏମ୍‌ ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି । ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କରୁଛି । ତାଙ୍କ ଆଗମନ ଫଳରେ ୟୁପିରେ ବିଜେପି ମଜଭୁତ ହେବ । ରାଜଭରଙ୍କୁ ପାଇ ବିଜେପି କେତେ ଖୁସି ତାହା ଜାଣିବା ଯେତିକି ଜରୁରୀ ନୁହେଁ, ତା’ଠାରୁ ଅଧିକ ଜରୁରୀ ହେଉଛି ଅଖିଳେଶଙ୍କ ରାଜନୈତିକ ଭବିଷ୍ୟତ ।

ୟୁପି ରାଜନୀତିରେ ଅଖିଳେଶଙ୍କୁ ସମାଧି ଦେବାକୁ ବିଜେପି ତୟାର । ଏମିତି ତ ମାୟାବତୀଙ୍କ ସହିତ ସମାଜବାଦୀ ପାର୍ଟିର ସଂପର୍କ ତୁଟି ଯାଇଛି । ବିଜେପିକୁ ହରଡ଼ଘଣାରେ ପକାଇବାର ତାକତ୍‌ ଆଉ ଅଖିଳେଶଙ୍କ ପାଖରେ ନାହିଁ । ଧିରେଧିରେ ଅଖିଳେଶ ଏକୁଟିଆ ହୋଇ ଯାଉଛନ୍ତି ।