ଦମ୍‌ ଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରନ୍ତୁ ଅପରାଜିତା

ମାଇକ୍ରୋଫୋନ୍‌ ଧରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ରାଜଭବନ ଆଗରେ ମାଇକ୍ରୋଫୋନ୍‌ ଧରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସାରା ଓଡ଼ିଶାବାସୀ ମର୍ମାହତ । ଅନେକ ବିଜେଡି କର୍ମୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ । ଆମେ କିଭଳି ସୁରକ୍ଷିତ । ଆମେ ସମସ୍ତେ ଅସୁରକ୍ଷିତ । ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି । ୧୫ ଦିନ ହୋଇଗଲା, ନବଦାସଙ୍କୁ ହତ୍ୟା କରାଯିବାର ଉଦ୍ଦେଶ୍ୟ ଜାଣି ପାରୁନାହାନ୍ତି ଓଡ଼ିଶାବାସୀ । ଜଷ୍ଟିସ୍‌ ଜେପି ଦାସଙ୍କୁ ନବଦାସ ହତ୍ୟା ମାମଲାର ଦାୟିତ୍ୱ ଦେବା ପ୍ରସଙ୍ଗରେ ଅପରାଜିତା ରାଜ୍ୟ ସରକାରଙ୍କୁ ପଚାରିଛନ୍ତି ଯେ କେଉଁ ଜୁଡିସିଆଲ୍‌ ଅର୍ଡରରେ ଜେପି ଦାସଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସାହସ ଥିଲେ ହାଇକୋର୍ଟଙ୍କ ଆଦେଶକୁ ଲୋକଙ୍କ ସାମ୍ନାରେ ରଖୁ ସରକାର ।

ଅପରାଜିତାଙ୍କ ଭାଷଣ ପ୍ରତି କର୍ଣ୍ଣପାତ କରିବା ଦରକାର ନାହିଁ ବୋଲି ଆମ ଜନତା ଦଳ ଲୋକଙ୍କୁ ପରାମର୍ଶ ଦେଇଛି । ଏଇ ଅପରାଜିତା ବିଏମ୍‌ସି କମିଶନର ଥିଲାବେଳେ ତିନୋଟି ଝିଅଙ୍କୁ ପୋଷ୍ୟକନ୍ୟା କରିଥିଲେ । ସେମାନଙ୍କ ପ୍ରତି କି ପ୍ରକାର ବ୍ୟବହାର ଦେଖାଇଛନ୍ତି, ସଂପୃକ୍ତ ଝିଅମାନେ ହିଁ ଲୋକଙ୍କ ଆଗରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୟାରୁ ବିଜେପି ଟିକେଟ୍‌ ବଳରେ ଭୁବନେଶ୍ୱର ସାଂସଦ ହେବାର ସୌଭାଗ୍ୟ ପାଇଛନ୍ତି ଅପରାଜିତା । ମ୍ୟାଡାମ୍‌ ଅପରାଜିତା ବିଜେପି ପାଇଁ ଓଜନିଆ ନେତ୍ରୀ ହୋଇପାରନ୍ତି; ମାତ୍ର ଓଡ଼ିଶାବାସୀଙ୍କ ପାଇଁ ଅଲୋଡ଼ା ହୋଇ ରହିଯିବେ । ଆଗାମୀ ନିର୍ବାଚନରେ ଅପରାଜିତା ନା ବିଧାନସଭାକୁ ଯାଇପାରିବେ ନା ଲୋକସଭାକୁ ।

ଅସୁରକ୍ଷିତ ମଣୁଥିବା ନେତାମାନେ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟରେ ରାଜନୀତି କରନ୍ତୁ । ବିନା ସ୍ୱାର୍ଥରେ ଅପରାଜିତା କୋଉ ସ୍ଥାନରେ ପାଦ ପକାନ୍ତି ନାହିଁ । ସୁନ୍ଦର ଚେହେରା ଦେଖାଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭ୍ରମରେ ପକାଇ ପାରନ୍ତି; ଓଡ଼ିଶାବାସୀଙ୍କୁ ନୁହେଁ ।