ଫୁଟାଣି ରହିଲେ ହେଲା: ଏକ ଅକେଲା ସବ୍ ପର୍ ଭାରି

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତାସୀନ ହେଲା ପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଜନ ବଢ଼ିଯାଇଛି । ସଦନର ଅଧିବେଶନରେ ଯୋଗଦାନ କରି ବିରୋଧୀଙ୍କ ଆସନ ଆଡକୁ ଶାଣିତ ଚକ୍ଷୁରେ ଅନାଇ ବିଶି ଆଙ୍ଗୁଠିକୁ ସିଧାସଳଖ ଠିଆ କରି ଗୁରୁଗମ୍ଭୀର ସ୍ୱରରେ କହିଲେ, ‘ଏକ୍‌ ଅକେଲା ସବ୍‌ ପେ ଭାରି ।’

ମୋଦି ଏଭଳି ଶାଣିତ ଶବ୍ଦ କହୁଥିଲା ବେଳେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ଅଣବିଜେପି ସରକାରକୁ ତେରେଚ୍ଛା ବାଣ ମାରିଛନ୍ତି ।

ଏଇଠି ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହୁଁଛି, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୩୭.୭୬ ଭାଗ ଭୋଟ ବଳରେ ୩୦୩ଟି ଆସନ ଦଖଲ କରିଛି । ବିଜେପିର ସହଯୋଗୀ ଦଳଗୁଡ଼ିକ ପ୍ରାୟ ୫୦ଟି ଆସନ ଦଖଲ କରିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ମୋଟ ୪୫ ଭାଗ ଭୋଟ ଯାଇଛି ।

କାହା ପାଇଁ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ‘ଏକ୍‌ ଅକେଲା ସବ୍‌ ପେ ଭାରି’କହିବାର ସାହସ କଲେ ।

ପକେଟରେ ୩୫୩ ସାଂସଦଙ୍କୁ ରଖିଥିବା ବ୍ୟକ୍ତି ନିଜକୁ ଏକୁଟିଆ କହିବାର ମାନେ କ’ଣ? ମାନେ ଏଇଆ ଯେ ବିଜେପିର ଆଉ କୌଣସି ନେତା ମୋଦିଙ୍କ ଭଳି ଚତୁର ନୁହନ୍ତି । ମୋଦିଙ୍କ ଭଳି ଧୂର୍ତ ନୁହନ୍ତି । ମୋଦିଙ୍କ ଭଳି ଧୋକାବାଜ ନୁହନ୍ତି ।

ନରେନ୍ଦ୍ର ମୋଦିଙ୍କ ଭଳି ଆଉ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଚଉକିର ଅପବ୍ୟବହାର କରିନାହାନ୍ତି । ମୋଦି ସେହି ବିଜେପିକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ବିଜେପି ୧୦ ବର୍ଷ ଭିତରେ ୧୪୦ କୋଟି ଜନତାଙ୍କ ଅଜାଣତରେ ସେମାନଙ୍କ ପକେଟରୁ ୫୨୭୧ କୋଟି ଟଙ୍କା ଲୁଟିଛି ।

ଦେଶବାସୀଙ୍କୁ ଲୁଟିବା କାମରେ କଂଗ୍ରେସକୁ ବଳିଯାଇଛି ମୋଦିଙ୍କ ବିଜେପି । ତୃତୀୟ ଥର ପାଇଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଉଚିତ କି ଅନୁଚିତ, ବିଚାର ଆପଣ କରିବେ ।