ନୂଆବର୍ଷର ପ୍ରଥମ ସପ୍ତାହରେ ଖୋଲିବ ରତ୍ନଭଣ୍ଡାର କୁହୁକ

କଟକ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ରଘୁବୀର ଦାସଙ୍କ କମିଶନ ରିପୋର୍ଟ ଦାଖଲ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ହାଇକୋର୍ଟଙ୍କ ନିକଟରୁ ଅଧିକ ସମୟ ଲୋଡ଼ିଛନ୍ତି ।

ହାଇକୋର୍ଟ ନବୀନ ସରକାରଙ୍କୁ ଶେଷ ସୁଯୋଗ ପ୍ରଦାନ କରିଛନ୍ତି । ତଦନୁଯାୟୀ ୨୦୨୪ ମସିହା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ସରକାର ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଦାଖଲ କରିବେ ।

ବିଗତ ଆଠମାସ ଧରି ରାଜ୍ୟ ସରକାର କେବଳ ସମୟ ଗଡ଼ାଇ ଚାଲିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୋଉଠି, କିଭଳି ଅବସ୍ଥାରେ ରହିଛି । ତାହା ଏବେସୁଦ୍ଧା ସାଢେ଼ ଚାରିକୋଟି ଲୋକଙ୍କ ଦୃଷ୍ଟିରେ ବିରାଟ ପ୍ରଶ୍ନ ହୋଇ ରହିଛି ।