ବିଜେପିକୁ ଜିତାଇଛି ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ

୩ ବର୍ଷରେ ୧୩ଟି ରାଜ୍ୟରେ ବିଜେପି ସରକାର

ନୂଆଦିଲ୍ଲୀ: ୨୦୨୦ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଶୁଭାରମ୍ଭ । ୨୦୨୦ ମସିହାରୁ ଏ ଯାବତ୍‌ ଦେଶରେ ୨୩ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ତା’ ଭିତରୁ ୧୩ଟି ରାଜ୍ୟରେ

ବିଜେପି ସରକାର ଗଠନ କରିଛି ।ସାରା ଦୁନିଆକୁ କରୋନା ମହାମାରୀ କଲବଲ କରୁଥିବା ସମୟରେ ଭାରତର ମୋଦୀ ସରକାର ଦେଶରେ ଲକ୍‌ ଡାଉନ୍‌ ଲାଗୁ କରିଥିଲେ । ଗରିବ ପରିବାର ଭୋକ ଦାଉରେକଲବଲ ହେଉଥିବା ସମୟରେ ମୋଦୀ ସରକାର ଆରମ୍ଭ କଲେ ଗରିବ କଲ୍ୟାଣ ଅନ୍ନ ଯୋଜନା । ଯୋଜନା ମୁତାବକ ଗରିବ ପରିବାରକୁ ମାଗଣା ୫ କିଲୋ ଖାଦ୍ୟଶସ୍ୟ ଯୋଗାଇ ଦିଆଗଲା ।

ତିନିବର୍ଷ ଭିତରେ ଯୋଜନାଟି ଲୋକପ୍ରିୟ ହୋଇଗଲା । ଆଗାମୀ ୫ ବର୍ଷ ପାଇଁ ଯୋଜନାଟିର ଅବଧି ବଢ଼ାଇ ଦିଆଯାଇଛି
ଗୁଜରାଟ, ୟୁପି, ଉତରାଖଣ୍ଡ, ମଧ୍ୟପ୍ରଦେଶ ଭଳି ବଡ଼ବଡ଼ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଫେରିଛି । ଆସାମ, ପୁଡୁଚେରୀ, ଗୁଜରାଟ, ଗୋଆ, ମଣିପୁର, ୟୁପି, ଉତରାଖଣ୍ଡ, ତ୍ରିପୁରା, ମେଘାଳୟ,

ନାଗାଲାଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି କ୍ଷମତାସୀନ ହୋଇଛି ।
୧୧ଟି ରାଜ୍ୟରେ ବିଜେପି ହାର ମାନିଛି ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । ସରକାର ଗଠନରୁ ବାଦ ପଡ଼ିଥିବା ରାଜ୍ୟରେ ଭୋଟ ହାର ବଢ଼ିଛି କହି ବିଜେପି ମନକୁ ବୁଝାଇ ନେଇଛି ।