ବାଂଲାଦେଶରେ ହାସିନାଙ୍କ ଚତୁର୍ଥ ପାଳି ଶାସନ

ଢାକା: ବାଂଲାଦେଶ ସାଧାରଣ ନିର୍ବାଚନରେ ଶେଖ ହାସିନାଙ୍କ ଦଳ ପ୍ରାୟ ୭୫ ଭାଗ ଭୋଟ ପାଇ ଚତୁର୍ଥ ଥର ପାଇଁ ଶାସନ କରିବାକୁ ଯାଉଛି । ହାସିନାଙ୍କ ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ।

ହାସିନାଙ୍କୁ ଚତୁର୍ଥ ପାଳି ଶାସନ କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଭୋଟରଙ୍କ ଶୁଭକାମନା କରିଛନ୍ତି । ବାଂଲାଦେଶର ହାସିନା ସରକାରଙ୍କ ସହିତ ଭାରତର କୂଟନୈତିକ ସଂପର୍କକୁ ଆହୁରି ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।

ବାଂଲାଦେଶ ସାଧାରଣ ନିର୍ବାଚନକୁ ହାସିନାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ‘ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନପି)’ ବାସନ୍ଦ କରିଥିଲା । ଫଳରେ ନିର୍ବାଚନରେ ବାଂଲାଦେଶ ଭୋଟରଙ୍କ ଭିତରୁ ମାତ୍ର ୪୦% ଭୋଟର ମତଦାନ କରିଥିଲେ ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶେଖ ହାସିନା କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳ ନିକଟରେ ସ୍ୱାଧିନ ନିଷ୍ପତି ନେବାର ଅଧିକାର ରହିଛି । ନିର୍ବାଚନ ପ୍ରକ୍ରିୟାରୁ ଗୋଟିଏ ଦଳ ଓହରିଯିବା ଅର୍ଥ ନୁହେଁ ଯେ ଗଣତନ୍ତ୍ର ଅନୁପସ୍ଥିତ ରହିଯିବା ।

ସୂଚନାଯୋଗ୍ୟ, ୨୦୧୮ ସାଧାରଣ ନିର୍ବାଚନରେ ଭାଗ ନେଇ ବିଏନପି ହାରି ଯାଇଥିଲା । କିନ୍ତୁ ଚଳିତ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ପ୍ରତି ସନ୍ଦେହ ପ୍ରକାଶ କରି ବିଏନପି ନିର୍ବାଚନରେ ଭାଗ ନେଇ ନଥିଲା ।