ଝାରସୁଗୁଡା ଉପନିର୍ବାଚନ: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ଝାଡସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ….

ଭୁବନେଶ୍ୱର:ବିଗୁଲ ବାଜିବାର ୨ଦିନ ଭିତରେ ବିଜେଡି ଆଗାମୀ ଝାଡସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଝାଡସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦୀପାଳି ଦାସଙ୍କ ନାମରେ ମୋହର ମାରିଛି ।ତେବେ ଏହା ପୂର୍ବରୁ ନବଙ୍କ ଆସନରେ ବିଜେଡି କାହାକୁ ଟିକେଟ ଦେବ ତାହାକୁ ନେଇ ବହୁତ ଆଲୋଚନା ହେଉଥିଲା । ତେବେ ଅଧିକ କିଛି ରାଜନୈତିକ ଆଲୋଚନା ହେବା ପୂର୍ବରୁ ହିଁ ବିଜେଡି ତାର ଅନୁକମ୍ପା କାର୍ଡ ଖେଳି ଦେଇଛି । ଆସନ ହାତେଇବା ପାଇଁ ବିଜେଡି ଏବେ ମଇଦାନକୁ ଦୀପାଳିଙ୍କୁ ଓହ୍ଲାଇଛି । ତେବେ ଏବେ ବାସ ବିରୋଧୀଙ୍କ ପ୍ରାର୍ଥୀ ତାଲିକା ଜାରି ହେବାକୁ ଅପେକ୍ଷା ।