ଗଂଜାମ ଜିଲ୍ଲା ବାତ୍ୟା ‘ଅର୍ଣ୍ଣବ’ପରେ ନନ୍ଦିଗୋର ବିଦ୍ୟାଳୟର ପାଠ ପଢାରେ ଅନିଶ୍ଚିତତା

ଗଞ୍ଜାମ/ଆସିକା(ସାକ୍‌ସୀ ନ୍ୟୁଜ୍‌): ଧରାକୋଟ ବ୍ଲକର ନନ୍ଦୀଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀଗୃହ ଗତ ଅର୍ଣବ ଜନିତ ବନ୍ୟାରେ ଭାଙ୍ଗି ଯାଇଛି। ସମ୍ପ୍ରତି ପିଲାଙ୍କ ପାଠ ପଢା ପାଇଁ ନଅ ଗୋଟି ଶ୍ରେଣୀ ଗୃହର ଆବଶ୍ୟକତା ସ୍ଥଳେ ରହିଛି ମାତ୍ର ଚାରିଟି। ବାଲ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪୮ ଜଣ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ଅଭିଭାବକ ଓ ଶିକ୍ଷକ। ଗଞ୍ଜାମ ଜିଲ୍ଲାରେ ଗତ ୨୯ ତାରିଖରେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ ଏହି ବିଦ୍ୟାଳୟର ଚାରିଟି ଶ୍ରେଣୀ ଗୃହ ନଷ୍ଟ ହୋଇଯାଇଛି। ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ଏହି ବିପଦ ଜନକ କୋଠା ଗୁଡିକୁ ଭାଙ୍ଗି ଦିଆଯାଇଛି। ଏଣୁ ନଅ ଟି ଶ୍ରେଣୀ ପାଇଁ ରହିଛି ତିନିଟି ଗୃହ। ଏଣୁ ପିଲାଙ୍କ ପାଠ ପଢା ହେବ କେମିତି ତାହା ପ୍ରଶ୍ନବାଚୀ? ଏହା ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ସଂଖ୍ୟା 20170/8/11/26 ଅନୁଯାୟୀ ନନ୍ଦିଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁଁ ଦୀର୍ଘ ଆଠ ବର୍ଷ ହେଲା ବନ୍ଦ ରହିଥିବା ନିକଟସ୍ଥ ପୁଟୁ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ରେ ଅସ୍ଥାୟୀ ଭାବରେ ପିଲାଙ୍କ ପାଠ ପଢା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାହାକି ନନ୍ଦିଗୋର ଗାଁ ଲୋକଙ୍କୁ ଅସନ୍ତୁଷ୍ଟ କରିଛି ।

ଆଜି ଗାଁ କମିଟି ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜରୁରୀ ବୈଠକ ଡକାଯାଇ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ନିଜ ନିଜର ପିଲାଙ୍କୁ ପୁଟୁ ବିଦ୍ୟାଳୟ କୁ ନପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଣୁ ଆଜି ନନ୍ଦିଗୋର ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହୋଇଥିଲା। ମଙ୍ଗଳବାର ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ମୋଟ 85 ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ 34 ଜଣ ଉପସ୍ଥିତ ରହିଥିଲେ। ପ୍ରାର୍ଥନା ସହ ପାଠ ପଢା ଓ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରଥମ ରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ନିକଟସ୍ଥ ପୁଟୁ ବିଦ୍ୟାଳୟରେ ପଢ଼ିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ନନ୍ଦିଗୋର ଗାଁ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

ଦୀର୍ଘ ଆଠ ବର୍ଷ ଧରି ବନ୍ଦ ରହିଥିବା ବିଦ୍ୟାଳୟ ଆମ ପିଲା ପଢ଼ିବା ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରି ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏ ବି ଇ ଓ ଙ୍କ ସହ ଯୋଗାଯୋଗ କରି ଆମ ପିଲା ଙ୍କୁ ଆମେ ନନ୍ଦିଗୋର ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଦାବୀ କରିଥିଲେ। ଘଟଣା ସମ୍ପର୍କରେ ଏ ବି ଇ ଓ ତଥା ବି ଆର ସି ସି ସୌରୀ ଶଙ୍କର ବେହେରା ଙ୍କ ସହ ଯୋଗାଯୋଗ ବେଳେ ଆସନ୍ତାକାଲି ନନ୍ଦିଗୋର ଗାଁ କମିଟି,ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନର ପ୍ରଶ୍ନ ନଅ ଟି ଶ୍ରେଣୀ ଟି ତିନୋଟି ଶ୍ରେଣୀ ଗୃହ ରେ ଚାଲିବ କେମିତି ? ଶ୍ରେଣୀଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ ଶିକ୍ଷାଦାନ ସ୍ୱାଭାବିକ ହେବ କେମିତି? ସମ୍ପ୍ରତି ଅର୍ଣବ ଜନିତ ବନ୍ୟାରେ ଧରାଶାୟୀ ହୋଇଥିବା ନନ୍ଦିଗୋର ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ପିଲାଙ୍କ ଭବିଷ୍ୟତ କେବେ ସୁଧୁରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।