‘ଆମ ପୋଖରୀ’ରେ ଜଳକେଳି କରିବେ ନବୀନ

‘ମୋ ବସ୍’, ‘ମୋ ସରକାର’ ଭଳି ଶବ୍ଦରେ ଅହଂକାର ଭାବନା ଲୁଚି ରହିଥିବା କଥା କହିଥିଲେ ଦଳର କୁହାଳିଆ ନେତା ସୌମ୍ୟରଂଜନ । ସେହି କଥାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ‘ଆମ ପୋଖରୀ’ ଯୋଜନା । ଏହି ଯୋଜନା ଜରିଆରେ ସହରାଂଚଳରେ ରହିଥିବା ଜଳାଶୟଗୁଡ଼ିକର ନବୀକରଣ କରାଯିବ । ଅଳିଆ ଆବର୍ଜନାରେ ପୋତି ହୋଇ ରହିଥିବା ଜଳାଶୟ ନୂଆ ଜୀବନ ପାଇବେ । ଜଳାଶୟ ଚାରିପାଖକୁ ସୁନ୍ଦର କରି ଦିଆଯିବ । ଲୋକମାନେ ମନକୁ ହାଲୁକା କରିବା ପାଇଁ ଜଳାଶୟ ପାଖକୁ ଯିବେ । ଏହିଭଳି ନାନା ସୁନ୍ଦର ଚିନ୍ତାଧାରା ରଖି ନବୀନ ସରକାର ୧୧୫ ପୌରାଂଚଳର ପ୍ରାୟ ୨ ହଜାର ଜଳାଶୟକୁ ନୂଆରୂପ ଦେବାର ବିଚାର କରିଛନ୍ତି ।

ନବୀନବାବୁ ଏବେ ମା’ମାନଙ୍କ ମୁଣ୍ଡରେ ବସି ନିର୍ବାଚନ ପାରିହେବାକୁ ଯୋଜନା କରିଛନ୍ତି । ମା’ଙ୍କ ହାତରେ ଟଙ୍କାଥଳି ଧରାଇ ବାପା ଓ ପୁଅକୁ ଦଳୀୟ କାମରେ ଲଗାଇବାର ଉନ୍ନତ ଚିନ୍ତାଧାରା ଲୋକଙ୍କ ମନକୁ ପାଇଛି । ତେଲ ବଳିଲେ ମୁଣ୍ଡରେ ବୋଳିବା’ ନୀତିରେ ଜଳାଶୟ ପୁନରୁଦ୍ଧାର ନାମରେ ନିର୍ବାଚନ ପାଇଁ ଭଲ ରକମର ଚାନ୍ଦା ଅସୁଲ କରିହେବ ପୋଖରୀ ନବୀକରଣଯୋଗ୍ୟ ସଂସ୍ଥା ନିକଟରୁ ।