ଦିନିକିଆ ବିଶ୍ୱକପ୍ ପାଇଁ ନେଦରଲ୍ୟାଣ୍ଡ ମନୋନୀତ

ଦିନିକିଆ ବିଶ୍ୱକପ୍ରେ କୋଉ ଟିମ୍ ସବୁ ଖେଳିବେ, ତା’ର ଚୂଡ଼ାନ୍ତ ତାଲିକା ପ୍ରାୟତଃ ଶେଷ ହୋଇଛି । ଏକ ମଜାଦାର ମୋଡ଼ରେ ସ୍କଟଲ୍ୟାଣ୍ଡକୁ ହରାଇ ନେଦରଲ୍ୟାଣ୍ଡ କ୍ୱାଲିଫାଇ କରିଛି । ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ୧୦ଟିମ୍ ମନୋନୀତ ହୋଇସାରିଛନ୍ତି । ସ୍କଟ୍ ଏଡୱାର୍ଡସଙ୍କ ନେତୃତ୍ୱରେ ନେଦରଲ୍ୟାଣ୍ଡ ବିଶ୍ୱକପ୍ କ୍ୱାଲିଫାୟର ମୁକାବିଲାରେ ଜିତିଛି ।

ବିଶ୍ୱକପ୍ ଖେଳିବା ପାଇଁ ନେଦରଲ୍ୟାଣ୍ଡକୁ ୪୪ ଓଭର ଟାର୍ଗେଟ୍ ଦିଆଯାଇଥିଲା । ଡଚ୍ ଟିମ ୪୨.୫ ଓଭରରେ ୨୭୮ ରନ୍ କରି ଲକ୍ଷ୍ୟ ହାସଲ କରିଥିଲା । ବୁଲବାୟାରେ ଅନୁଷ୍ଠିତ ଶେଷ କ୍ୱାଲିଫାୟର ମୁକାବିଲାରେ ନେଦରଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଡି ଲିଡେ ୯୨ଟି ବଲରୁ ସାତୋଟି ଚୌକା ଓ ୫ଟି ଛକା ବଳରେ ଧମାକାଦର ୧୨୩ ରନ୍ କରିଥିଲେ । ତା’ ସହିତ ଲିଡେ ୫ଟି ୱିକେଟ୍ ଦଖଲ କରିଥିଲେ ।

ଭାରତ ସମେତ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଆଫଗାନିସ୍ତାନ ଦିନିକିଆ ବିଶ୍ୱକପ୍ ପାଇଁ ସ୍ଥାନ ପକ୍କା କରିସାରିଛନ୍ତି ।