ସୋସିଆଲ ମିଡିଆରେ କ୍ଷମତାସୀନ ଦଳର ଗୁଣଗାନ

ଆଗାମୀ ଦିନରେ କେନ୍ଦ୍ର ସରକାର ଏଭଳି ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ଯାହା ସାଧାରଣ ଲୋକଙ୍କର ସ୍ୱାଧିନ ମତ ପ୍ରକାଶ କରିବାର ଅଧିକାର ଉପରେ ଅଙ୍କୁଶ ଲାଗିଯିବ । ସୋସିଆଲ ମିଡିଆ ଜରିଆରେ ବହୁ ଲୋକ ଓ ସଂଗଠନ ସରକାର ବିରୋଧୀ ମତ ପ୍ରକାଶ କରୁଥିବାରୁ ତା’ର ପ୍ରଭାବ କ୍ଷମତାସୀନ ସରକାର ବା ମେଂଟ ଉପରେ ପଡୁଛି ।

କ୍ଷମତାସୀନ ଦଳ ବା ମେଂଟ ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯାଉଛି । କ୍ଷମତାସୀନ ରାଜନୈତିକ ଦଳର ବହୁ କଳଙ୍କିତ ଅଧ୍ୟାୟକୁ ଖୋଲିଦେଉଛି ସୋସିଆଲ ମିଡିଆ । ନିକଟ ଅତୀତରେ ବହୁ ସୋସିଆଲ ମିଡିଆ ସରକାରଙ୍କ ଆଦେଶ ମୁତାବକ କାମ କରୁଛନ୍ତି । ସୋସିଆଲ ମିଡିଆର ଗୋଟିଏ ଟିମ୍‌ ପ୍ରସାରଣ ହେଉଥିବା ପ୍ରତିଟି ବାରତା ଓ ଛବିକୁ ଟିକିନିଖି ଯାଂଚ କରୁଛନ୍ତି ଓ ବିବାଦୀୟ ବାରତାକୁ ବାଦ ଦେଉଛନ୍ତି ।

ଏପରି ଫଳରେ ସମ୍ବିଧାନରେ ସାଧାରଣ ଜନତାଙ୍କୁ ଦିଆଯାଇଥିବା ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବିଷୟ କହିଛି ରାଜ୍ୟ ପଛୁଆ ସାମ୍ମୁଖ୍ୟ । ସୋସିଆଲ ମିଡିଆକୁ ନିୟନ୍ତ୍ରଣରେ ରଖି କ୍ଷମତାସୀନ ଦଳ ତା’ର ମନଲାଖି ବାରତା ପ୍ରସାରଣ କରିବ । ସାଧାରଣ ଲୋକଙ୍କ ମନ ଓ ବିବେକକୁ କବଳିତ କରି ବାରମ୍ବାର କ୍ଷମତା ଦଖଲ କରୁଥିବ ।