‘ରହ ରହ କ୍ଷଣେ ଆହେ ଇଡି ପ୍ରଭୁ’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖୁଆଡ଼କୁ ପଠାଇବା ପାଇଁ ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) ଯେତେଥର ଉଦ୍ୟମ କରୁଛି । ପ୍ରତ୍ୟେକ ବାର କେଜ୍ରିୱାଲ ତାକୁ ଏଡ଼ାଇ ଯାଉଛନ୍ତି । କେଜ୍ରିୱାଲଙ୍କ ନିକଟକୁ ପ୍ରାୟ ୬ ଥର ଇଡି ନୋଟିସ୍‌ ଗଲାଣି । ଦିଲ୍ଲୀ ଅବକାରୀ ନୀତି ବାବଦ ଟଙ୍କା ଦେଣନେଣକୁ ମନି ଲଣ୍ଡରିଂ ମାମଲାରେ ଛନ୍ଦି ଇଡି କେଜ୍ରିୱାଲଙ୍କୁ ଅଡୁଆରେ ପକାଇବାକୁ ଚାହୁଁଛି । କେଜ୍ରିୱାଲଙ୍କୁ ଜେଲକୁ ପଠାଇ ଦେଇପାରିଲେ; ବିଜେପିର ଲୋକସଭା ନିର୍ବାଚନ ବାଟରୁ ଗୋଟିଏ ମହାଦଶା କଟିଯିବ । ଷଷ୍ଠଥର ପାଇଁ ଇଡି ନୋଟିସକୁ ଏଡ଼ାଇ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡିକୁ କୋର୍ଟ ରାୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।
ଗଣମାଧ୍ୟମକୁ କେଜ୍ରିୱାଲ କହିଛନ୍ତି, ଆମେ ଆଇନବାଟରେ ଇଡିକୁ ଜବାବ ଦେଉଛୁ । କିନ୍ତୁ ଇଡି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କରି ଅଯଥା ବିବାଦର ସୂତ୍ରପାତ କରୁଛି । ଇଡି ତାଜା ନୋଟିସ ଜାରି କରିବା ପୂର୍ବରୁ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବା ଉଚିତ ।