ବିଶ୍ୱ ରେକର୍ଡରେ ଚାରିମାସର ପିଲା

ବୟସ ମାତ୍ର ଚାରିମାସ । ଆନ୍ଧ୍ରପ୍ରଦେଶର ନଦିଗ୍ରାମ ସହରରେ ଜନ୍ମିତ ଏହି ପିଲାଟି ଏବେ ବିଶ୍ୱ ରେକର୍ଡ ପୁସ୍ତକରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତା’ର ପ୍ରଚଣ୍ଡ ଧୀଶକ୍ତି ନିକଟରେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
କୈବଲ୍ୟ ନାମକ ଏହି ପିଲାଟି ୧୨୦ ପ୍ରକାରର ପନିପରିବା ଓ ପଶୁପକ୍ଷୀର ଛବି ଦେଖି ଚିହ୍ନଟ କରିପାରୁଛି ।
ପିଲାଟିର ଏହି ପ୍ରତିଭାକୁ ପ୍ରଥମେ ଜାଣିବାକୁ ସକ୍ଷମ ହୋଇଥିଲେ ତା’ର ମା’ ହେମା । ସନ୍ତାନର ପ୍ରତିଭାକୁ ସାରା ବିଶ୍ୱକୁ ଜଣାଇବାର ଆଗ୍ରହ ରଖି ହେମା ଗୋଟିଏ ଭିଡିଓ ତିଆରି କରି ତାକୁ ନୋବେଲ ପରିଚାଳକ ମଣ୍ଡଳୀଙ୍କ ନିକଟକୁ ପଠାଇଦେଲେ ।
ପିଲାଟିର ଧୀଶକ୍ତି ସଂପର୍କରେ ଅବଗତ ହେଲାପରେ ନୋବେଲ ୱାର୍ଲଡ ପରିଚାଳନା ମଣ୍ଡଳୀ ପୁଣିଥରେ ପିଲାଟିର ପ୍ରତିଭାକୁ ପରୀକ୍ଷଣ କରିଥିଲେ । ପରିଚାଳକଙ୍କ ହୃଦବୋଧ ହେବାପରେ ସ୍ୱତନ୍ତ୍ର ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ ।
କୈବଲ୍ୟର ସଫଳତାରେ ତା’ର ବାପାମା’ ଭାରି ଖୁସି ହୋଇଛନ୍ତି । ସେମାନେ ନୋବେଲ ପରିଚାଳନା ମଣ୍ଡଳୀ ସମେତ ଅନ୍ୟମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।