ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ : ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ୟୁକ୍ରେନରେ ଯେଉଁଭଳି ରୁଷ ଆକ୍ରମଣ କରି ଛାରଖାର କରିଛି ସେହି ପରିସ୍ଥିତି ଭାରତରେ ମଧ୍ୟ ହେବ । ରୁଷ ଭଳି ଚୀନ ମଧ୍ୟ ଭାରତ ବିରୁଦ୍ଧରେ ସେମିତି ଆକ୍ସନ ନେଇପାରେ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ସୂଚନାଯୋଗ୍ୟ ଯେ, ରାହୁଲ ଶରଦ ଯାଦବଙ୍କୁ ଭେଟିବା ପରେ ଏହି କଥା କହିଛନ୍ତି । ରାହୁଲ କହିଛନ୍ତି ଯେ, ୟୁକ୍ରେନର ସଂପ୍ରଭୁତାକୁ ରୁଷ ସ୍ୱୀକାର କରୁନାହିଁ କି ଡୋନେକ୍ସ ଏବଂ ଲୋହେନକ୍ସକୁ ୟୁକ୍ରେନର ଅଂଶ ବୋଲି ଭାବୁନାହିଁ ରୁଷ । ସେଥିପାଇଁ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ରୁଷ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ରୁଷ ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିନେଇଛି । ଠିକ୍‌ ସେହିଭଳି ଭାବେ ଚୀନ ମଧ୍ୟ ଭାରତ ବିରୋଧରେ କରିପାରେ । ଚୀନ ଦାବି କରୁଛି ଯେ, ଲଦାଖ ଏବଂ ଅରୁଣାଚଳ ପ୍ରଦେଶ ଭାରତର ଅଂଶ ନୁହେଁ । ଚୀନ ମଧ୍ୟ ଏହି ଅଞ୍ଚଳଗୁଡିକରେ ସେନା ମୁତୟନ କରିଛି । କିନ୍ତୁ ଭାରତ ସରକାର ଏହାକୁ ଅଣଦେଖା କରୁଛନ୍ତି । କେବଳ ସେତିକି ନୁହେଁ ରାହୁଲ ମଧ୍ୟ ଶ୍ରୀଲଙ୍କା ସହ ଭାରତର ତୁଳନା କରିଛନ୍ତି ।