ଚୋରି ବିଦ୍ୟା ଜାଣି ନଥିବାରୁ ମନ୍ତ୍ରୀପଦ ହରାଇଲେ ରୋହିତ

ଭୁବନେଶ୍ୱର: ମୁର୍ଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦରବାରରେ ସେହି ମନ୍ତ୍ରୀଙ୍କୁ ଯୋଗ୍ୟ ବିବେଚନା କରାଯାଏ ଯେ ଚୋରି ବିଦ୍ୟାକୁ ନେଇଆଣି ଥୋଇଜାଣନ୍ତି । ଖାସ୍‌ ସେଇଥିପାଇଁ ତ ପାଣ୍ଡିଆନ ନବୀନବାବୁଙ୍କ ପ୍ରିୟ ହୋଇପାରିଛନ୍ତି । ମାତ୍ର ୧୨ ମାସ ପାଇଁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ରହି ରେଢ଼ାଖୋଲ ବିଧାୟକ ରୋହିତ ପୁଜାରୀ କ୍ୟାବିନେଟରୁ ବିଦାୟ ନେଇଛନ୍ତି । ଦୁଇଦିନ ପୂର୍ବରୁ ପୁଜାରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ସୁଧାକର ନାଏକଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦିଆଯାଇଥିଲା ।

ଶୁଣିବାକୁ ମିଳୁଛି ରୋହିତ ପୁଜାରୀଙ୍କ ରିପୋର୍ଟ କାର୍ଡକୁ ଦେଖି ନବୀନବାବୁ ତାଙ୍କୁ କ୍ୟାବିନେଟରୁ ବିଦା କରିବା ପାଇଁ ଉଚିତ ମଣିଥିଲେ । ବିଜେଡି ସରକାରରେ ଆଇଏଏସ୍‌ ଆଇପିଏସ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅଗ୍ରାଧିକାର ଦିଆ ଯାଇଥାଏ । ବିଜେଡି ବିଧାୟକ ଅବା ମନ୍ତ୍ରୀମାନଙ୍କୁ ଉପେକ୍ଷା କରାଯାଇଥାଏ । ଉଚ୍ଚଶିକ୍ଷା ବିଭାଗରେ ଏଭଳି କି ଅଳିଆ କାମଗୁଡ଼ିକ କରିପକାଇଲେ ପୁଜାରୀ ଯାହାର ପରିଣାମ ସ୍ୱରୂପ ମନ୍ତ୍ରୀପଦରୁ ବିଦା କରିଦେଲେ ।

ଏବେ ଉଚ୍ଚଶିକ୍ଷା ବିଭାଗ ମୁଣ୍ଡାଇଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ । କଥା ଉଠୁଛି, ମେ’ ୨୫ ତାରିଖରେ ପୁଜାରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ନବୀନ । ଅଚାନକ ତାଙ୍କୁ ତଡ଼ିବା ପଛରେ କ’ଣ କାରଣ ରହିଛି, ତାହା ପ୍ରଧାନ ଟାଉଟର ପାଣ୍ଡିଆନ ଜାଣନ୍ତି ।

ମେ’ ୨୮ ତାରିଖରେ ପାଣ୍ଡିଆନ ସମ୍ବଲପୁର ଗସ୍ତରୁ ଫେରିବା ପରେ ରୋହିତ ପୁଜାରୀଙ୍କୁ ମନ୍ତ୍ରୀପଦରୁ ବିଦା କରାଯିବା ନିଷ୍ପତି ନିଆଯାଇଥିଲା । ସମ୍ବଲପୁରରେ ବିଜେଡି ସଂଗଠନକୁ ମଜଭୁତ କରିପାରିଲେନି ରୋହିତ । ୬୦ ବର୍ଷ ବୟସରୁ ଅଧିକ ଲୋକ ନିର୍ବାଚନରେ ଲଢ଼ିବା ଅନୁଚିତ ବୋଲି ରୋହିତ ମନ୍ତବ୍ୟ ଦେଇଥିବା କଥା ଉଠୁଛି । ତା’ ସହିତ ବିଜେପି ସହିତ ରୋହିତଙ୍କ ଭିତିରି ସଂପର୍କ ଥିବା କଥା ନବୀନଙ୍କୁ ବାଧିଛି ।
ଖୋଦ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଘନିଷ୍ଠ ସଂପର୍କ ରଖିଥିଲା ବେଳେ ରୋହିତଙ୍କ ଉପରେ କ’ଣ ପାଇଁ ଖପାର ଜବାବ ଏକା ନବୀନ ଜାଣନ୍ତି।