ସୁନୀଲ ଜାଖର ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗୁଆ !

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏକାଧିକ ଆଶାୟୀ ରହିଥିବା ବେଳେ ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଏହି ଦୌଡରେ ସବୁଠୁ ଆଗୁଆ ରହିଛନ୍ତି । ଆପକୁ ଚ୍ୟାଲେଞ୍ଜ ଦେବା ପାଇଁ କଂଗ୍ରେସ ଜଣେ ଅଣ ଶିଖ୍ ଚେହେରା ତଲାସ କରୁଥିବା ବେଳେ ଜାଖର ଏହି ଦୌଡରେ ଆଗୁଆ ରହିଛନ୍ତି ।
ପଞ୍ଜାବ ରାଜନୀତିରେ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବାବେଳେ ନଭଜୋତ ସିଂ ସିଦ୍ଧୁଙ୍କ ପରି ଜଣେ ଶିଖ ଚେହେରାକୁ ମୁଖ୍ୟମନ୍ତ୍ରୀ ଏବଂ ଜାଖରଙ୍କ ପରି ଅଣ ଶିଖ ଚେହେରାଙ୍କୁ ସ୍ଥାନ ଦେଇ କଂଗ୍ରେସ ଉଭୟ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛି । ଏହା ବ୍ୟତିତ ପ୍ରତାପ ସିଂ ବାଜୱାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ଏ ସମସ୍ତ କ୍ଷମତା ଯୁଦ୍ଧ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅଜୟ ମାକେନ ଏବଂ ହରିଶ ଚୌଧୁରୀ ଚଣ୍ଡୀଗଡରେ ପହଞ୍ଚିଛନ୍ତି । ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାୱତ ମଧ୍ୟ ଚଣ୍ଡୀଗଡରେ ପହଞ୍ଚିଯାଇଛନ୍ତି ।