ଆସନ୍ତା ବର୍ଷ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’ ଆରମ୍ଭ ହେବ: ISRO

ବେଙ୍ଗାଲୁରୁ : ଇସ୍ରାେ ସୂଚନା ଅନୁଯାଇ ୨୦୨୨ରେ ଲଞ୍ଚ ହେବ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’ । ଭାରତ ନିଜର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ । ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା । ହେଲେ କରୋନା ଭାଇରସ ମହାମାରୀ ସଂକ୍ରମଣ ଯୋଗୁ ମିଶନ ଟାଳି ଦିଆଯାଇଥିଲା । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏହି ମିଶନ ସହ ସୁରନୋଭା ମଧ୍ୟ ଲଞ୍ଚ କରିବେ ବୋଲି କହିଛନ୍ତି । ଏହି ଅଭିଯାନ ୨୦୨୨ ତୃତୀୟାର୍ଦ୍ଧରେ ଆରମ୍ଭ ହେବାର ସମ୍ଭାବନା ଥିବା କଥା ଇସ୍ରୋ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।