ଅଧାରୁ ବନ୍ଦ ହୋଇଥିବା ଆଇପିଏଲ କାଲିଠାରୁ ଆରମ୍ଭ

ଦୁବାଇ: ମହାମାରୀ କରୋନା କାରଣରୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ବଳକା ମ୍ୟାଚ୍‌ କାଲିଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସବୁ କିଛି ପ୍ରସ୍ତୁତି ଶେଷ ହୋଇଛି।

କରୋନା ପାଇଁ ଚଳିତ ବର୍ଷ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ଶେଷ ମ୍ୟାଚ୍‌ରେ ମୁମ୍ବାଇ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ। ଏଥିରେ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଜିତିଥିଲା। ତେଣୁ ଆସନ୍ତାକାଲି ୟୁଏଇରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି।