ସୁପ୍ରିମକୋର୍ଟ ବନାମ ବିଜେପି: ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଅସଲ ଶିବସେନା

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ନିକଟରୁ ତାଗିଦ ଶୁଣିବା ପରେ ବିଜେପି ତା’ର ମହାରାଷ୍ଟ୍ର ଗୋଟି ଚଳାଇ ଉଦ୍ଧବ ଠାକରେଙ୍କ ଗାଲରେ ଶକ୍ତିଶାଳୀ ଚାପୁଡ଼ା ମାରିଛନ୍ତି । ଆଜି ମହାରାଷ୍ଟ୍ର ବାଚସ୍ପତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଅସଲ ଶିବସେନା ମାନ୍ୟତା ପ୍ରଦାନ କରିଛନ୍ତି । ଫଳରେ ଉଦ୍ଧବଙ୍କ ସବୁ ଚାଲ ବେକାର ହୋଇଯାଇଛି ।

ମହାରାଷ୍ଟ୍ରର ୫୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସଂପର୍କୀତ ଦାବିକୁ ବାଚସ୍ପତି ଏଡ଼ାଇ ଚାଲିଥିଲେ । ଦୀର୍ଘ ୮ ମାସ ଧରି ବାଚସ୍ପତି କିଛି ନଶୁଣିବାରୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ବାଚସ୍ପତିଙ୍କ ନିକଟରେ ଆଉ ବିକଳ୍ପ ଉପାୟ କିଛି ନଥିଲା ।

ଏଇଠି ଆଉ ଗୋଟିଏ କଥା ଜଣାଇ ଦିଆଯାଉଛି କି ଏକନାଥଙ୍କ ନିକଟରେ ଅଧିକ ବିଧାୟକ ରହିଥିବାରୁ ତାଙ୍କ ଗୋଷ୍ଠୀକୁ ଅସଲ ଶିବସେନା ବୋଲି ନିର୍ବାଚନ କମିଶନ କହି ସାରିଛନ୍ତି ।